କରୋନା ଯୋଗୁଁ ପରିବର୍ତ୍ତନ
କରୋନା ଯୋଗୁଁ ପରିବର୍ତ୍ତନ
କରୋନା କରୋନା କରୋନା,
ପିଲା ଠୁ ବୃଦ୍ଧ ପର୍ଯ୍ୟନ୍ତ
ସମସ୍ତଙ୍କୁ ତା'ର ନାମ ଜଣା ।
କେଉଁଠି ନୁହେଁ ସେ ଅଜଣା,
ସବୁଠାରେ ସିଏ ଜଣାଶୁଣା ।
ବିଶ୍ୱକୁ ସିଏ ଏମିତି ଆସିଲା
ରଚିଗଲା ଇତିହାସ,
ମଣିଷ ଜୀବନର ଅଭ୍ୟାସ କରି ପରିବର୍ତ୍ତନ
କରୁଛି ସେ ଉପହାସ ।
ମୁଁ ବୁଲୁଥିଲି ଖୋଲା ଆକାଶ ରେ
ମୁକ୍ତ ବିହଙ୍ଗ ପରି,
କଲେଜ ଯାଉଥିଲି ସାଙ୍ଗସାଥି ମେଳେ
କେତେ କେତେ ମଜା କରି ।
ଖାଉଥିଲୁ ଆମେ ରାସ୍ତା ପାଖରେ
ଗୁପଚୁପ୍ ଦହିବରା,
କେତେ ବଢିଆ ଲାଗୁଥିଲା ସତେ
ସେ ମୁହୂର୍ତ୍ତଟି ଅପାଶୋରା ।
କ୍ଳାସ୍ ରେ ବସିଣ ପଢୁଥିଲୁ ପାଠ
କେତେ ସୁନ୍ଦର କରି,
ସାର୍ ମାନେ ଯେ ପାଠ ସହିତ
ପ୍ରଶ୍ନ ପଚାରୁଥିଲେ ଗୋଟି ଗୋଟି କରି ।
ବର୍ତ୍ତମାନ ସବୁ ଓଲଟି ଯାଇଛି
କେବଳ କରୋନା ପ
ାଇଁ,
ମୁକ୍ତ ବିହଙ୍ଗ ମୁଁ ବନ୍ଦୀ ହୋଇଛି
ପୂର୍ବ ପରି ବୁଲେନାହିଁ ।
କଲେଜ ଯିବା ତ ମନା ହୋଇଛି
ଘରେ ବସି ପଢେ ପାଠ,
ଅନଲାଇନ୍ ରେ କ୍ଳାସ୍ ହେଉଛି
ନାହିଁ ଅନ୍ୟ କୌଣସି ବାଟ ।
କଲେଜ ଖୋଲିଲେ କରୋନା ସଂକ୍ରମଣ
ସଂଖ୍ୟା ବଢିଯିବାର ଭାରି,
ତେଣୁ କରି ସିନା ସରକାର ଆମ
ଅନଲାଇନ୍ କ୍ଳାସ୍ କରିଛନ୍ତି ଜାରି ।
ଆଜି ଆଉ ସେଇ ରାସ୍ତା କଡରେ
ଗୁପଚୁପ୍ ଦହିବରା ଠେଲା ନାହିଁ,
ତାଲାବନ୍ଦ ଲାଗି ରହିଛନ୍ତି ଘରେ
ପରସ୍ପର ମୁହଁ ଚାହିଁ ।
ସାଙ୍ଗସାଥି ମେଳେ ଖଟି ମଜା କଥା
ମନେପଡେ ବାରମ୍ବାର,
କରୋନାର ଏହି ବିଭୀଷିକାରେ
ଆଖିରୁ ଅଶ୍ରୁ ବହେ ଝରଝର ।
ସବୁଦିନ ପାଇଁ ଆମ ପୃଥିବୀରୁ
ବିଲୀନ ହୁଅନ୍ତା କି ଏ କରୋନା,
ହସି ଉଠନ୍ତା ଜୀବଜଗତ
ଖୁସିରେ ହୋଇଣ ଆନମନା ।