STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମା

ମା

1 min
245

  ସେ ଭୂମି

  ସେ ଭୂମା

  ସେ ଜଗତ୍ ଜନନୀ

  ଜଗତ ମଙ୍ଗଳକାରିଣୀ

  ସେ ଆମ ଚିର ବନ୍ଦନୀୟା ମା' ।

  ସେ ମାଟି

  ସେ ଆକାଶ

  ସେ ଆମ ସଭିଙ୍କର

  କରେ ପରିପ୍ରକାଶ

  ଆମ ସଭିଙ୍କର 

  ପରିଚୟ ସୃଷ୍ଟି କାରିଣୀ

  ବିଶ୍ଵ କଲ୍ୟାଣମୟୀ

  ବିଦ୍ୟା ଗୁରୁ, ଆଦ୍ୟ ଗୁରୁ

  ସ୍ନେହମୟୀ, ମଙ୍ଗଳମୟୀ

  ମମତାମୟୀ ଆମର ସେ ମା' ।

  ଜଗତ ହିତୈଷିଣୀ

  ବୁଦ୍ଧି, ବିବେକ,

  ଜ୍ଞାନ, ବିଜ୍ଞାନ ପ୍ରଦାୟିନୀ

  ଜନମଦାତ୍ରୀ ଆମ ଜନନୀ ସେ

  ଆମ ସଭିଙ୍କ ପ୍ରିୟ

  ଆମ ସ୍ନେହମୟୀ ମା' ।

  ଗର୍ଭଧାରିଣୀ, ସଂକଟ ହାରିଣୀ

  ମଙ୍ଗଳ କାରିଣୀ, ପୀଡା ହାରିଣୀ

  ବିପଦ ଭଞ୍ଜିନୀ, ସୁଖ ପ୍ରଦାୟିନୀ

  ଦୁ଼ଃଖ ବିନାଶିନୀ

  ସକଳ ସୃଷ୍ଟିର ସୃଷ୍ଟି କାରିଣୀ

  ଜଗତ ଜନନୀ ସେ ଆମରି ମା'।

  ସେବା କାରିଣୀ

  ଦେଶ, ଜାତି ତଥା

  ବିଶ୍ଵର ଆନନ୍ଦ ଦାୟିନୀ

  ସକଳ ଅନୁଷ୍ଠାନର

  ପ୍ରାରମ୍ଭ କାରିଣୀ

  ସର୍ବ ଲୋଭ, ମୋହରୁ

  ଉର୍ଦ୍ଧ୍ବରେ ରହି

  ତ୍ୟାଗପୂତ ଜୀବନର

  ନିଦର୍ଶନ କାରିଣୀ

  ସେ ଆମ ସ୍ନେହମୟୀ, 

  ମଙ୍ଗଳମୟୀ ମା' ।

  ଋତୁଚକ୍ର, ଗ୍ରହଚକ୍ର, ରାଶିଚକ୍ର

  ସବୁର ପ୍ରଣୟିନୀ

  ସର୍ବ ସଙ୍କଟୁ ଉଦ୍ଧାର କାରିଣୀ

  ସେ ଯୋଗମାୟା

  ସେ ବିଷ୍ଣୁ ରୂପଧାରୀ

  ଭୁବନ ମୋହିନୀ

  ଖଳ ଓ ଅସୁର ବିନାଶିନୀ

  ସଂସାର ଉଦ୍ଧାର କାରିଣୀ

  ସଂସାର ସୃଷ୍ଟି କାରିଣୀ

  ସଂସାର ପାଳିନୀ

  ସେ ଜଗତ୍ ଜନନୀ

  ସେ ଆମ ମଙ୍ଗଳମୟୀ

  ଚିର ପୂଜନୀୟା ମା' 

  ସେ ଭୂମି

  ସେ ଭୂମା

  ସେ ମମତାମୟୀ ମା' ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract