STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଚଣ୍ଡାଳୁଣୀ ଘରେ ଭୁଞ୍ଜିଲ ଗୋସାଇଁ

ଚଣ୍ଡାଳୁଣୀ ଘରେ ଭୁଞ୍ଜିଲ ଗୋସାଇଁ

1 min
235


ଶ୍ରୀୟା ନାମ୍ନୀ ଚଣ୍ଡାଳୁଣୀ ପୂଜି ଥିଲା

ଭକ୍ତି ନିଷ୍ଠା ସହକାରେ

ଝୋଟି ଚିତା ଆଙ୍କି ପଦ୍ମ ଫୁଲ ରଖି

ମନାସି ଲକ୍ଷ୍ମୀ ହୃଦରେ

ନୀଚ କୁଳ ବୋଲି ସମାଜରେ ଘୃଣ୍ୟ 

ତଥାପି ସିଏ ମଣିଷ

ଅଭାବ ଓ ଅନାଟନ ଥାଇ ସୁଦ୍ଧା

ହୃଦୟେ ଭରା ବିଶ୍ୱାସ

ଶୁଚି ପବିତ୍ରତା ଥିଲା କୁଟୀରରେ

ଭକ୍ତି ଭାବ ଥିଲା ହୃଦେ

ସ୍ଵୟଂ ଲକ୍ଷ୍ମୀ ମାତା ବିଜେ କଲେ ତହିଁ

କ୍ରମେ ଦ୍ଵନ୍ଦ ଭାଇ ମଧ୍ୟେ 


ଲକ୍ଷ୍ମୀଙ୍କୁ ଆକ୍ଷେପ କରି କେତେ କଥା

କହିଲେ ବଡ ଠାକୁର

ନିର୍ବିକାର ପୁରୁଷ ପରାୟ ତୁମେ

ଶୁଣି ରହିଲ ସେଠାର

ହାଡ଼ି ଆଉ ପାଣ ଦ୍ୱାରେ ଥାଇ ଲକ୍ଷ୍ମୀ

ଫେରି ଆସୁଛି ସଅଳ 

ସ୍ନାନ କରୁଛି କି ନାହିଁ ,ଜଣା ନାହିଁ

ପଶୁଛି ବଡ ଦେଉଳ 

ଚଣ୍ଡାଳ ସାହିରେ ଘର କରି ରୁହ 

ପୁଣି କହିଲେ ତା'ପରେ

ଭାଇ ଥିଲେ ନାହିଁ ଭାର୍ଯ୍ୟାର ଅଭାବ 

କହିଲେ ଧିକ୍କାର ଧାରେ

ବଡ ଭାଇ କଥା ଶୁଣି ଭୁଲି ଗଲ 

ଲକ୍ଷ୍ମୀ ଛାଡ଼ିଲି କହିଲ

ଲକ୍ଷ୍ମୀ ଛଡ଼ା ହୋଇ କେତେ ଯେ ବୁଲିଲ

ମୁଠେ ଅନ୍ନ ନ ପାଇଲ 


ଏକ ଚଣ୍ଡାଳୁଣୀ ପଚାରୁଛି କୁହ 

ଏବେ ଭୁଞ୍ଜିଲ କିପରି

ସକଳ ବ୍ୟଞ୍ଜନ ପ୍ରସ୍ତୁତ କରିଛି

ଚଣ୍ଡାଳୁଣୀ ସର୍ବୋପରି

କ୍ଷୁଧା ନିବାରଣ ବେଳେ ଜାତି ଗୋତ୍ର

କିପରି ବା ଭୁଲି ଗଲ !

ଉଦରର ଜ୍ଵାଳା କେତେ ଯେ ଅସହ୍ୟ

ବୋଧେ ଠିକ୍ ବୁଝି ଗଲ !

ଓଡ଼ିଆ ଘରର ଆରାଧ୍ୟ ଠାକୁର

ପୁଣି ବଡ ଖିଆଳିଆ 

ପ୍ରାଣ ପ୍ରିୟା ପତ୍ନୀ ଦୂରେ ଠେଲି ଦେଇ

ବୁଲୁ ଥିଲ ଏକୁଟିଆ

ବଡ ଭାଇ ପିତୃ ସମ ପ୍ରବାଦର 

ମାନ୍ୟ ରଖି ହୃଦୟରେ

ଚଣ୍ଡାଳୁଣୀ ଆଖ୍ୟା ଧାରେ ତିରସ୍କାର

ନିନ୍ଦା ଶୁଣିଛି କର୍ଣ୍ଣରେ

ଯୁଗ ଯୁଗ ପାଇଁ କଥା ରହି ଥିବ

ଚଣ୍ଡାଳୁଣୀର ଅଗଣା

ବୁଲି ବୁଲି ପୁଣି ସେଇ ଅଗଣା କୁ

ଲକ୍ଷ୍ମୀ ନୁହେଁ ଆନମନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract