ବୃଦ୍ଧ କାଳେ ସେହି ବୃଦ୍ଧାଶ୍ରମ
ବୃଦ୍ଧ କାଳେ ସେହି ବୃଦ୍ଧାଶ୍ରମ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ନବ ଦମ୍ପତିଙ୍କ ନବ ଜାତ ଶିଶୁ
ରକ୍ତର ସମ୍ପର୍କ ଧାରେ
ଲାଳନ-ପାଳନ-ପୋଷଣ ର ଧାରା
ସହଜେ ସ୍ନେହ ଶ୍ରଦ୍ଧାରେ
ପିତା ମାତା ରୂପେ ନୂଆ ପରିଚୟ
ଘରେ ଅବା ସମାଜରେ
ନିଜ ନାମ କ୍ରମେ ଯୋଡ଼ି ହୁଏ ଆପେ
ପିଲାଙ୍କ ପରିଚୟରେ
ପରିବର୍ତ୍ତନର ଧାରା ଅବ୍ୟାହତ
ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ
ତଥାପି ରହିଛି ପୁତ୍ରର ଗୁରୁତ୍ୱ
କନ୍ୟା ରତ୍ନ ତୁଳନାରେ
ସନ୍ତାନ ରୂପରେ ପୁତ୍ର ଯଦି ଜନ୍ମ
ଖୁସି ହୁଏ ସୀମା ପାରି
ପରିବାର ମଧ୍ୟେ ଖୁସି ଅପ୍ରମିତ
ସେ' ହିଁ କୁଳ ରକ୍ଷାକାରୀ
କାହା ମୁଖେ କାହ୍ନା,ବଂଶର ପ୍ରଦୀପ
କାହା ମୁଖେ ଆମ ରାଜା
କିଏ ଗାଏ ପୁଣି ଗୁଣୁଗୁଣୁ ସ୍ଵରେ
ଘରେ ହସ ଖୁସି ମଜା
ଅନାବିଳ ସ୍ନେହ ଧାରେ ପିତାମାତା
ନବଜାତଙ୍କୁ ଆଦରି
ଘର ବି ପ୍ରତ୍ୟୟ ବୈକୁଣ୍ଠ ସମାନ
ସ୍ନେହ-ପ୍ରେମ କୁ ଆବୋରି
ଅଙ୍ଗେ ବୋଳି ପୁଣି ବାତ୍ସଲ୍ୟ ମମତା
ଛାତି ଲଗାଇ ଛାତିରେ
ପେଟେଇ, ହାମ୍ବୁଡ଼ି,ଗୁରୁଣ୍ଡି ପ୍ରାୟତଃ
ଦୃଶ୍ୟ ଘର ଅଗଣାରେ
ପିଲାଙ୍କ ସହିତ ପିଲା ପରି ଭାବ
ପିତାମାତାଙ୍କ ହୃଦରେ
ଅଳି ଅର୍ଦ୍ଦଳି ତ ସାଧାରଣ କଥା
ସହ୍ୟ ହୁଏ ସହଜରେ
କୋମଳ ଓଠରେ ଉଚ୍ଚାରଣ ଧାରେ
ମାଆ,ମା,ତୁହାକୁ ତୁହା
ନାଚି ଉଠେ ଆପେ ମାଆର ପରାଣ
ଶୁଣି ଶିଶୁ ଓଠେ " ମାଆ"
ଘର କାନ୍ଥ ଅବା ବାପାର ଆଙ୍ଗୁଠି
ଆପେ ହୁଏ ସହାୟକ
ପାଦ ଅଗ୍ରସର ଚାଲି ଶିଖିବାରେ
ଠିଆ ଭଙ୍ଗୀ ଅଚାନକ
ଘର ଅଗଣାରେ ଘୋଡ଼ା ରୂପୀ ବାପା
ପିଠିରେ ସ୍ନେହ ପୁଟୁଳି
ଘୋଡ଼ା ଭୂମିକାରେ ବିତିଯାଏ ଦିନ
କ୍ରମେ ପିଲାଙ୍କୁ ସମ୍ଭାଳି
ମାଆ ହାତ ରନ୍ଧା ଖାଦ୍ୟ ସୁଆଦିଆ
ସତେ ଯେପରି ଅମୃତ
ପିଲାଙ୍କର ମନ ପସନ୍ଦର ଖାଦ୍ୟ
ମାଆ ହିଁ କରେ ପ୍ରସ୍ତୁତ
ଅସୁସ୍ଥତା ବେଳେ ମାଆର ପରାଣ
କେତେ ଯେ ହୁଏ ବ୍ୟଥିତ
ହୃଦରେ ପିଲାଙ୍କ ମଙ୍ଗଳ କାମନା
କରେ କେତେ ଓଷା ବ୍ରତ
ବଳେଇ ବଳେଇ ନିଜ ହାତେ ଖୋଇ
ମାଆ ପ୍ରାଣ ଆପେ ତୃପ୍ତ
p>
ସ୍ବଚକ୍ଷୁରେ ସେଇ ଦୃଶ୍ୟରାଜି ପ୍ରାୟ
ପିଲାଙ୍କ ଅଭ୍ୟାସ-ଗତ
ବୟସର ଦୃତ ଗତିପଥ ତାଳେ
ନାଚି ସନ୍ତାନ ସନ୍ତତି
ସାମାଜିକ ପ୍ରଥା ନୀତି ଆଦର୍ଶରେ
କ୍ରମେ ଶିକ୍ଷା ଦୀକ୍ଷା ପ୍ରାପ୍ତି
କାଳ କ୍ରମେ କନ୍ୟା ଦାନ ସୁପାତ୍ରରେ
ପ୍ରାୟତଃ ବିଦ୍ଧି ସଙ୍ଗତ
ପୁତ୍ର ହାତେ କୁଳ ବଧୂ ହାତ ଛନ୍ଦି
ଘର ଦାୟିତ୍ୱ ବି ନ୍ୟସ୍ତ
କୁଳର ପ୍ରଦୀପ ସେ' ପୁତ୍ର ସନ୍ତାନ
ସାଥେ ବିତିଯାଏ ଦିନ
ସ୍ଵର୍ଗ ପୁର ସମ ଘର ଅକ୍ତିଆର
କରେ ସେ' କୁଳ ନନ୍ଦନ
ଦୈତ୍ୟ ମୁଖା ପିନ୍ଧି କୁଳର ନନ୍ଦନ
ଭୁଲେ ହିତାହିତ ଜ୍ଞାନ
ପିତା ମାତା ପ୍ରାୟ ଅଲୋଡ଼ା ପଦାର୍ଥ
ଘରୁ ନିଷ୍କାସନ ପଣ
କ୍ରମେ ଅନ୍ଵେଷଣ ବୃଦ୍ଧାଶ୍ରମ ସ୍ଥଳ
ଶେଷରେ,ଶେଷ ଠିକଣା
ଅଯୋଗ୍ୟ ସନ୍ତାନ ଆପେ ଚିନ୍ତା ମୁକ୍ତ
ସବୁ ଜାଣି ବି ଅଜଣା
ମାନବିକତା ଓ ମାନସିକତାର
ନଗ୍ନ ଚିତ୍ର ଧାରେ ପୁତ୍ର
ଦେବ ଦେବୀ ବିନା ଘର ମନ୍ଦିରରେ
ଏକାକୀ କରେ ରାଜତ୍ଵ
ସ୍ବାର୍ଥ ବିଜଡ଼ିତ ପୁତ୍ର ହୃଦୟରେ
ଭୁଲି ନିଜ ପିତାମାତା
ଆଧୁନିକ ସଭ୍ୟତାର ଆଢ଼ୁଆଳେ
ଉଗ୍ର ମନୋଭାବ,ଚିନ୍ତା
ଅଦରକାରୀ ଓ ଅଲୋଡ଼ା ନିହାତି
ପରିଚିତ ପିତାମାତା
ବୃଦ୍ଧାଶ୍ରମେ ରହି ଦିନ ଗଣୁଛନ୍ତି
ଲୁପ୍ତ ଅତୀତର ଗାଥା
ପିଲା ଯେବେ ଅସୁସ୍ଥତା
ଆଶା ଓ ଭରସା ଥିଲା ହୃଦୟରେ
ବିତିବ ସୁଖରେ ଦିନ
ବୈକୁଣ୍ଠ ସମାନ ଘର-ମନ୍ଦିରରେ
ଦେବୀ-ଦେବତା ଶ୍ରୀହୀନ
ଦୈତ୍ୟର ରାଜୁତି ବୈକୁଣ୍ଠ ପୁରରେ
ଛାରଖାର ସବୁ କିଛି
ପିତାମାତା, ଦେବ-ଦେବୀ ଆଶୀର୍ବାଦ
ପ୍ରାୟତଃ ଯାଇଛି ଘୁଞ୍ଚି
ହେ କୁଳ-ନନ୍ଦନ କୁଳର-ପ୍ରଦୀପ
ପୁଣି କୁଳ ରକ୍ଷାକାରୀ
ବୃଦ୍ଧାଶ୍ରମେ ଛାଡ଼ି ନିଜ ପିତାମାତା
ନିଶ୍ଚିନ୍ତ ଅଛ କିପରି ??
ଯାହା ସବୁ ତୁମେ କର ଅଭିନୟ
ଦେଖୁଛି ତୁମ ସନ୍ତାନ
ତୁମ ବୃଦ୍ଧ କାଳେ ସେହି ବୃଦ୍ଧାଶ୍ରମ
ହେବ ତୁମର ଆସ୍ଥାନ
ଚଳନ୍ତି ଦେବତା ପ୍ରତି ଉଦାସୀନ
ଶ୍ରଦ୍ଧା ନାହିଁ ହୃଦୟରେ
ପିତାମାତା ଅନ୍ତେ, ଶ୍ରାଦ୍ଧୋତ୍ସବ କର୍ମ
କି ଲାଭ ଅଛି ସେଥିରେ !!