STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଘନ କାଳିଆ ସେ ଚକାଡୋଳିଆ

ଘନ କାଳିଆ ସେ ଚକାଡୋଳିଆ

1 min
322


କଳି କାଳେ ଘନ କାଳିଆ ସାଆନ୍ତ 

ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିରରେ 

ଚକା ଚକା ନେତ୍ର ଦେଖି ଡାକେ ଭକ୍ତ

ଚକାଡୋଳିଆ ନାମରେ

ଶ୍ରେଷ୍ଠ କଳାକାର ସେ' କଳା ସାଆନ୍ତ

କଳାର ମହା ନାୟକ

କଳା ବୋଳି ମୁଖେ ଏ କଳି କାଳରେ

ଆପେ ନୀରବ ଦର୍ଶକ

କଳନା କରିବା ନୁହଇ ସହଜ

କିଏ ସେ କଳା ସାଆନ୍ତ

ସେ ରୂପ ଦର୍ଶନ ବଳେ ପାପ ନେତ୍ର

ଆପେ ହୁଏ ବିମୋହିତ

ନୀଳାଚଳନାଥ କାଳିଆ ସାଆନ୍ତ 

ରତନ ବେଦୀ ରେ ଉଭା

ବିରାଜିତ ଭାଇ ଭଉଣୀ ସହିତ

ଦେଖିବାକୁ ମନଲୋଭା

କଳା ଶ୍ରୀମୁଖରେ ନାଲିଆ ଅଧର

ମନ ଭୁଲାଣିଆ ରୂପ

ଦର୍ଶନ ମାତ୍ରେ ହିଁ ଭୁଲି ହୁଏ ସବୁ

ଜୀବନର ପାପ ତାପ 

କଳା କଳା ଆଖି ଯେତେ ଦେଖୁଥିଲେ

ପୁଣି ଦେଖିବାକୁ ମନ

କିମିଆ କରୁଛି ସତେ କି କାଳିଆ

ବଶ ହୁଅଇ ପରାଣ


କିଏ କେଉଁ ନାମ ଧରି ଡାକୁଅଛି

ପ୍ରଭୁ ସ୍ଵୟଂ ସର୍ବନାମ

ସବୁରି ହୃଦୟ ଭିତରେ ଅଛନ୍ତି

ଜଗନ୍ନାଥ ପରବ୍ରହ୍ମ

କାଳିଆ ନାମରେ ଅତି ପରିଚିତ

ଉତ୍କଳର ଘରେ ଘରେ

କାଳିଆ ନାମକୁ ଉଚ୍ଚାରଣ କଲେ

ଶ୍ରୀମୁଖ ନାଚେ ଆଖିରେ

ଏ କଳି କାଳରେ କାଳିଆ କାଳିଆ

କାଳିଆ ନାମରେ ଲୀଳା

କାଳିଆର ଡୋରି ଲାଗିଲେ ଜୀବନେ

ନ ବୁଡେ ଜୀବନ ଭେଳା

କାଳିଆ ସାଆନ୍ତ ଲକ୍ଷ୍ମୀଙ୍କର କାନ୍ତ

କାହ୍ନା,କୃଷ୍ଣ ଓ କାଳିଆ

ରାଧାର ସେ'କାହ୍ନା,ମୀରା ର ଶ୍ରୀକୃଷ୍ଣ

ଲକ୍ଷ୍ମୀ ପାଖରେ କାଳିଆ

ସାଧାରଣ ଭକ୍ତ କେମିତି ବୁଝିବ

କେତେ କଳା କାଳିଆର

କେତେ କଳା ଥିଲା କୃଷ୍ଣ ଅବତାରେ

କେତେ ପୁଣି କାଳିଆ ର !!

ଦାରୁ ରୂପୀ ସେଇ କାଳିଆ ସାଆନ୍ତ

ତ୍ରିପଣ୍ଡ ଘନ କାଳିଆ

କଳି କାଳ ସହ କାଳିଆର କଳା 

ବଳେ ଦୂର ମୋହ ମାୟା 

କୃଷ୍ଣ ହିଁ କଳିରେ କାଳିଆ ସାଆନ୍ତ

ଜଗତର ଜଗନ୍ନାଥ

ସଂସାର ର ମୋହ ମାୟା ଚ୍ଛିନ୍ନ ହେଉ

ହୃଦୟରୁ ପ୍ରଣିପାତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract