ରୂପେ ନବବଧୁ ଅତୁଳନୀୟା୍
ରୂପେ ନବବଧୁ ଅତୁଳନୀୟା୍
ପିନ୍ଧି ନାଲି ହଳଦି ମିଶା ଶାଢ଼ୀ
ଦୁଇ ହାତେ ସଜାଇ ସଂଖା ଚୁଡି
ନବ ବଧୁ କରଇ ଧିରେ ପ୍ରବେଶ
ଘର ଅଗଣାରେ ଶୁଭେ ହସ ଉଲ୍ଲାସ ।।
ବର୍ଣ୍ଣେ ସେ ଥାଉ କାଳି ଅବା ଗୋରି
ନବବଧୁ ରୂପେ ଦିଶନ୍ତି ସଭିଏଁ ସୁନ୍ଦରୀ
ଧିର କଣ୍ଠ ସ୍ବର ସୁଭେ ମଧୁର ମାର୍ଜିତ
ମୁଖେ ଲଜ୍ୟା ଚହଟଇ ହୋଇ ଜର୍ଜରିତ ।।
ରୁଣୁଝୁଣୁ ପାଉଁଜିର ଧିର ପାଦ ଧ୍ୱନି
ହଳଦୀ ମଖା ଶରୀରେ ଶୋଭେ ଚନ୍ଦ୍ରବଦନୀ
ଝୁଣ୍ଟିଆ ପିନ୍ଧା ପାଦ ତା'ର ଦିଶେ ସୁନ୍ଦର
ନବବଧୁ ପାଦେ ଚହଟଇ ଅଳତା ଗାର ।।
ମଥାରେ ଓଢୋଣା ଟାଣି ମୁଖ ଘୋଡାଇ
&nbs
p; ବଡଛୋଟ ସଭିଙ୍କୁ କଥା କହେ ଲାଜେଇ
କପାଳେ ଟୋପା, ମଥାରେ ସିନ୍ଦୂର ନାଇ
ସୌନ୍ଦର୍ଯ୍ୟେ ନବବଧୁ ଅପରୂପା ଦିଶଇ ।।
ଆଖିରେ କଜ୍ଜଳ,ଖୋସାରେ ମଲ୍ଲି
ଚହଟୁ ଥାଏ ତା'ର ଓଠୋର ଲାଲି
ଲାବଣ୍ୟବତୀ ସେ ତିଳୋତ୍ତମା
ରୂପେ ଲାଗୁଥାଏ ଲକ୍ଷ୍ମୀ ପ୍ରତିମା ।।
ସ୍ମିତ ହାସ୍ୟ ତା'ର ଓଧୋରେ ଖେଳେ
ହଁ, ନାହିଁ ରେ ତାର ଜବାବ ମିଳେ
ଲାଜକୁଳୀ ସେତ ଷୋଡ଼ଶୀ କନ୍ୟା
ରୂପେ ନବବଧୁ ଅତୁଳନୀୟା୍ ।।