STORYMIRROR

Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ଶୀତ ଆଉ ମୁଁ

ଶୀତ ଆଉ ମୁଁ

1 min
323


ଶୁଖିଲା ଦିଶୁଛି ଚର୍ମ

ହେଇଟି ଶୀତ ଆସିଗଲା

ଗଛକୁ ଛୁଇଁଲାନି ଯେ

ପତ୍ରଝଡା କଲା ।

ସକାଳର କଅଁଳିଆ ଖରାରେ

ପିଠିକୁ ଦେଖେଇ

ବୁଢୀମା ବସୁଥିଲା

ମତେ କୋଳେଇ ।

ସେଇଠି ବସୁଥିଲା

ଖରା ଟାଣ ହେବା ଯାଏଁ

ପଖାଳ ସାଙ୍ଗକୁ ଶୁଖୁଆ

ତାର ମନକୁ ପାଏ ।

ଅଗଣାରେ ବଡି ପକାଇ

ବୋଉ ଜଗି ବସୁଥିଲା

ନାନା ପିଠା ବାସନାରେ

ଘର ମହକୁଥିଲା ।

ସଞ୍ଜ ହେଲେ ଶୀତଳ ବାଆ

ଘର ଭିତରେ ପଶି

ଦେହ ଥରୁଥିଲା ମୋର

ସେପଟେ ଗଗନେ ଶଶୀ ।

ଏ ବର୍ଷ ଶୀତ ଆସିଛି

ସୌର ରଥରେ ବସି

ଦିନରେ ତପନର ତେଜ

ରାତିରେ ଜହ୍ନ ଦିଅଇ ହସି ।

ବିତି ଗଲାଣି ଶୈଶବ

ଏବେ ସଂସାର ଚିନ୍ତା

ଥିରି ଥିରି ଶୀତ ଆସୁଛି

ନେଇ ଶରୀର ବ୍ୟଥା ।

ପିଲାଦିନ ବିତିଲା

ସବୁ ସ୍ମୃତି ହେଇଗଲା

ଶୀତର ପ୍ରକୋପ ନାହିଁ

ସୂର୍ଯ୍ୟ କିରଣ ଦିଅନ୍ତି

ଖରା ହୁଏ ଟାଇଁ ଟାଇଁ ।

ସୂର୍ଯ୍ୟ ଜହ୍ନ ଦୁହେଁ

ଗଗନେ ବିହରନ୍ତି ପୂର୍ବବତ

ନାହିଁ ସେକାଳ ପଖାଳ

ନାହିଁ ଆଉ ସେକାଳ ଶୀତ ।।



Rate this content
Log in

Similar oriya poem from Abstract