ଈଶ୍ବର ଅଛନ୍ତି କି ନାହାନ୍ତି?
ଈଶ୍ବର ଅଛନ୍ତି କି ନାହାନ୍ତି?
ଶୁଣିଛି, ସମର୍ପଣତାରେ ହୁଏ ଈଶ୍ବର ପ୍ରାପ୍ତି,
ମନ ଆକାଶେ ସରଳତାରେ ମିଳଇ ମୁକ୍ତି ।
ଜୀବନଟା କଟଇ ସଦା ଅପେକ୍ଷା ଭିତର,
ଅନ୍ତ ନାହିଁ କେବେ ପ୍ରାଣରୂପୀ ଜୀବନର ।
ଅନ୍ତ ହୁଏ କେବଳ ଏ ଅଳୀକ ଶରୀରର,
କେବେ ଯିବା କିଛି କାଠ ବାଉଁଶ ଉପର ।
ସୃଷ୍ଟିକର୍ତ୍ତା ଯିଏ ବହୁ କଳଙ୍କିତ ଅଧ୍ୟାୟର,
କହନ୍ତି ସେମାନେ ତ ଇଶ୍ବରଙ୍କ ଅବତାର ।
କିଏ କୁହ, ପାଇଛ ସତେ ଇଶ୍ବରଙ୍କ ସ୍ପର୍ଶ,
ଭାବେ ମୁହିଁ ଏହା ତାହାର ମନର ବିଶ୍ୱାସ ।
ଶୁଣେ, ବହୁ ଲୋକ ପରା ଯୁକ୍ତି ତ କରନ୍ତି,
କେତେ କପୋଳକଳ୍ପିତ କଥା ତ କୁହନ୍ତି ।
ମନେ ପଡେ ସେଇ ବାଣୀକୁ ବ୍ୟାସଙ୍କର ,
ସେ ଶ୍ଳୋକ, ଯାହା ରଖେ ଟେକ ମଣିଷର ।
"ଅଷ୍ଟାଦଶପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟମ୍
ପରୋପକାର ପୁଣ୍ୟାୟ ପାପାୟ ପର ପୀଡନମ୍" ।
ପରୋପକାର କରିବା ସଦା ହିଁ ପୁଣ୍ୟ ଅଟଇ,
ସର୍ବଦା କଷ୍ଟ ଦେବା ହି ପରକୁ ତ ପାପ ଅଟଇ ।
କିଏ ପାଳୁଛି ଏହାକୁ, ମଣିଷ ବନିଛି ଏକ ଜନ୍ତୁ,
ଇଶ୍ୱର ଅଛ, ମାନବିକତା ଭରିବାକୁ ତ କୁହନ୍ତୁ ।
ଇଶ୍ବରଙ୍କ ସତ୍ତା ମୁଁ ସତରେ କେବେ ପାଇନି,
ହଁ, ମୁଁ ତ ପାପୀ, ତେଣୁ ତାଙ୍କୁ ହିଁ ମୁଁ ଦେଖିନି ।
ମାଆ ମୋର ମୋ ପାଇଁ ଗୋଟିଏ ମୂରତି
ବିନା ସ୍ୱାର୍ଥରେ ଦେଉଥିଲା ସେନେହ ଭର୍ତ୍ତି ।
ବରଷା ଦେଉଥିଲା ଭରି ତା ସେନେହର
କେବେ ଶିଖାଏ, ସଂସାର ତତ୍ତ୍ୱ ଜୀବନର ।
କେବେ ସେ ଶିଖାଏ, କେବେ ତ ବାଡାଏ
ଦରକାର ବେଳେ ମୋତେ ବପଦୁ ବଂଚାଏ ।
କେବେ ମୋର ସାହାରା ବନି ଯାଉଥିଲା
ମୋ ପ୍ରତି ଏଇ ସେନେହ ସଦା ତାର ଥିଲା ।
ଥିଲା ଏପରି ଏକ ନ୍ୟାୟାଳୟ ଦୁନିଆରେ
ମୋର ସରବ ଦୋଷକୁ ଧରୁ ନଥିଲା ମନରେ ।
ମୋ ଜନ୍ମଦାତ୍ରୀ ମୋର ବୋଉ, ମୋର ମାଆ
ଦୁନିଆରେ ମୋ ପାଇଁ ଇଶ୍ୱର, ପୂଜ୍ୟ ମୋ ମାଆ ।