Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଭାବରେ ଖୋଜୁଛି ଭାବମଣିକୁ

ଭାବରେ ଖୋଜୁଛି ଭାବମଣିକୁ

1 min
241



ଭାବର ଠାକୁର ଜଗନ୍ନାଥ ମୋର 

ଭାବମଣି ସିଏ ମୋର 

କାନରେ ଶୁଣେ ମୁଁ ସଦା ତାଙ୍କ କଥା

କୀର୍ତ୍ତନ କରେ ତାଙ୍କର।


ସ୍ମରଣ କରେ ମୁଁ ତାଙ୍କୁ ନିଶିଦିନ

କରଇ ପାଦ ସେବନ 

ଅର୍ଚ୍ଚନ କରେ ମୁଁ ପ୍ରଭୁଙ୍କର ସଦା

କରେ ତାଙ୍କର ବନ୍ଦନ ।


ସଖା ମୁଁ ତାଙ୍କର ସଖା ସେ ମୋହର

ଭାବରେ ତାଙ୍କ ଭାବିତ 

ହୋଇଅଛି ସଦା ଦାସ ମୁଁ ତାଙ୍କର

ପ୍ରଭୁ ସେ ମୋହର ସତ ।


ଆତ୍ମନିବେଦନ କରିଛି ପ୍ରଭୁଙ୍କୁ

ଭାବରେ ଖୋଜେ ସତତ

ଭାବ ଠାକୁର ମୋ ଭାବରେ ଅଛନ୍ତି

ପୂର୍ଣ୍ଣ ବ୍ରହ୍ମ ସେ ହିଁ ସତ୍ଯ ।


ହୃଦୟେ ମୋହର ବସତି ତାଙ୍କର

ସତେ କି ଦେଖିବି ତାଙ୍କୁ

ଭାବରେ ଖୋଜୁଛି ଭାବମଣିକୁ ମୋ

କିଏ ଦେଖିଛ ତାହାଙ୍କୁ  ।


ଶରୀର ନଶ୍ବର ଜାଣେ ମୁଁ ମୋହର

ଶାଶ୍ବତ ମୋ ଭାବମଣି 

ରଖିଛି ଭରସା ଦର୍ଶନ ଲଭିବି

କହିବି ଭାବରେ ବାଣୀ ।


ଭାବମଣି ମୋର ସବୁ ତ ଜାଣନ୍ତି

ନୁହନ୍ତି କିଛି ଅଜଣା 

ସବୁରି ଭିତରେ ବସି ରହିଛନ୍ତି

କିପାଇଁ ହେବି ମୁଁ ବଣା ।


ବହିର୍ମୁଖ ହୋଇ ବାହାରେ କେ ଖୋଜେ

ସଗୁଣ ସାକାର ରୂପ 

ଅନ୍ତର୍ମୁଖୀ ହୋଇ ଅନ୍ତରେ ଖୋଜେ ମୁଁ

ତାଙ୍କ ନିର୍ଗୁଣ ସ୍ବରୂପ ।


ଗୁରୁକୃପା ଆତ୍ମକୃପା ଲଭି କୃପା

ଭାବମଣିଙ୍କର ମୋର

ଭେଟିବି ତାଙ୍କୁ ମୁଁ ଭାବରେ ଖୋଜୁଛି

ଭାବ ମୋ ହେବ ସାକାର ।


Rate this content
Log in