Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ବୋଉର ହାତ

ବୋଉର ହାତ

1 min
228



ମୋ ବୋଉ ଦଶଭୁଜା ନୁହେଁ

ତା'ର କେବଳ ଦୁଇଟି ହାତ।


ହେଲେ ଶହେ ହାତର କାମ

 କେମିତି କରେ କେଜାଣି

ନିମିଷକରେ ସେଇ ଦୁଇ ହାତ।


ସକାଳୁ ଉଠି ଝାଡୁ ଧରିବାରୁ

ଆରମ୍ଭ ହେଇଯାଏ ତା କାମ।


ଫୁଲ ତୋଳା ଠାକୁର ପୂଜା

ସକାଳ ଜଳଖିଆ ତିଆରି

ଫଟାଫଟ କରିଦିଏ ତା ହାତ।


ପରିବା କଟା ବେସର ବଟା

ଜାଇ ରଗଡା ଶାଗ ଖରଡା

ଚକୁଳି ଏଣ୍ଡୁରି ଆରିଶା ପିଠା।

ବୋଉ ହାତ ତିଆରି ଆଃ କି ମିଠା।


ଗୁହାଳ ପୋଛା ଅଗଣା ଲିପା

ଘର ବାଡ଼ି ପଟୁ ଜାଳ ସାଇତା

ସବୁ କାମ ସହଜରେ କରି ଦିଏ

ତା'ର ସେଇ ହାତ ଦିଟା।


ବାପାଙ୍କ ପ୍ୟାଣ୍ଟ୍ ସାର୍ଟ ଆମ ୟୁନିଫର୍ମ

ଜେଜେ ଓ ଜେଜେମାଙ୍କ ଲୁଗାପଟା

ଯେତେ ସଫା କଲେବି 

କେବେ ଥକି ଯାଏନି ତା ହାତ।


ବନ୍ଧୁ ବାନ୍ଧବଙ୍କ ଆଗମନେ

ଛ ତିଅଣ ନଅ ଭଜା କରି

ଚର୍ଚ୍ଚା କରେ ଅତି ଯତନେ।


ଦେହ ଖରାପ ବେଳେ

ବୋଉର ସେ ହାତ ଆଉଁସା

ସତରେ କି ଆରାମ ଦିଏ

ମନେ ଭରିଦିଏ ନୂଆ ଆଶା।


ଏମିତି ତ ପ୍ରତିଦିନର କାମ ତାର

ଜେଜେ ଓ ଜେଜେମାଙ୍କ ଗୋଡଘଷା।


ବାପାଙ୍କ ଅସୁବିଧା ସମୟରେ

କୋଉଠି ସାଇତି ରଖିଥାଏ କେଜାଣି

ସାତ ସିନ୍ଦୁକ ଭିତରୁ ଖୋଜି ଆଣି

ବାପାଙ୍କୁ ବଢ଼େଇ ଦିଏ ତା'ର ଲକ୍ଷ୍ମୀ ହାତ।


ସବୁ ପର୍ବପର୍ବାଣୀରେ ଆମ ପାଇଁ

ଆଣି ଦିଏ ନୂଆ ଜାମା

ହେଲେ ସେ କେବେ ନୂଆ ପିନ୍ଧିବା

କାହିଁ ମୁଁ ଦେଖିନାହିଁ ଜମା।


ଆମ ପାଇଁ ନୂଆ ଚୁଡ଼ି ଟିକିଲି

କିଣି ଆଣି ଦିଏ

ହେଲେ ସମସ୍ତଙ୍କର ମଙ୍ଗଳ କାମନା

କରୁଥିବା ତା'ର ସେଇ ହାତରେ ଥାଏ

ସେଇ ପୁରୁଣା ରଙ୍ଗଛଡା ଚୁଡ଼ି।




Rate this content
Log in

Similar oriya poem from Abstract