STORYMIRROR

Lata Behera

Abstract

4  

Lata Behera

Abstract

ରୂପାନ୍ତର

ରୂପାନ୍ତର

1 min
379


ଗୋଟିଏ ରୂପରୁ ଅନ୍ୟ ରୂପ ହେଲେ

     ରୂପାନ୍ତର କୁହାଯାଏ

ସେଇ ରୂପାନ୍ତର ଅନେକ ପ୍ରକାର

    ବିଭିନ୍ନ ଆକୃତି ଥାଏ ।


ଜଳରୁ ଯେ ବାଷ୍ପ ବାଷ୍ପରୁ ଯେ ଜଳ

    ସେଇ ଜଳ ଥଣ୍ଡା ହେଲେ

ବରଫରେ ରୂପାନ୍ତର ହୋଇ ସିଏ

    ଶେଷେ ମିଶିଯାଏ ଜଳେ ।


ଧାନରୁ ଚାଉଳ ଚାଉଳରୁ ଭାତ

    କ୍ଷୀରରୁ ପାଲଟେ ଦହି

ଏଇ ରୂପାନ୍ତର ଭୌତିକ ବୋଲାଏ

   ରାସାୟନିକ ଗୁଣ କହି ।


ବୀଜରୁ ଯେ ଚାରା ରୂପାନ୍ତର ହୋଇ

    ବୃକ୍ଷେ ପରିଣତ ହୁଏ

ସେଇ ବୃକ୍ଷ ଫୁଲଫଳ ଛାୟା ଦେଇ

    ଜୀବକୁ ଜୀବନ ଦିଏ ।


କ୍ଷଣ କ୍ଷଣକରେ ଏଇତ ପୃଥିବୀ 

     ଗତି ବଦଳିଣ ଯାଏ

କେତେବେଳେ ସିଏ କେଉଁ ରୂପ ନିଏ

    କିଏ ଅବା ଜାଣିଥାଏ ।


ମଣିଷର ରୂପାନ୍ତର ଗୁଣେ ଥାଏ

    ବିବେକ ସାରଥୀ ହୁଏ 

କେବେ ସେ ବିକୃତି ପ୍ରକୃତି ଆଚରେ

    ଦେବତା ପାଲଟିଯାଏ ।


ମନଟା ମହତେ କାର୍ଯ୍ୟେ ରୂପାନ୍ତର 

    ଯେବେ ତା'ର ହୋଇଥାଏ

ସେତେବେଳେ ସିଏ ସମାଜ ମଙ୍ଗଳ 

    ବନ୍ଧୁଟି ପାଲଟି ଯାଏ ।


ପଦାର୍ଥ ଦେହରୁ ବିଭିନ୍ନ ଆକୃତି 

   ଦ୍ରବ୍ୟମାନ ସୃଷ୍ଟି ହୁଏ

ସେଇ ଦ୍ରବ୍ୟକୁ ଯେ ଏଇତ ମାନବ

   ବ୍ୟବହୃତ କରିଥାଏ ।


ବିଭିନ୍ନ ଋତୁରେ ଏଇ ବସୁନ୍ଧରା 

    ସୌନ୍ଦର୍ଯ୍ଯରେ ରୂପାନ୍ତର 

ସେଇ ରୂପାନ୍ତର ଅତି ମନଲୋଭା 

   ନାହିଁ ତା'ର ପଟ୍ଟାନ୍ତର ।


ପ୍ରକୃତିଟି ଯଦି ରୂପାନ୍ତର ହୁଏ

   ଚାଲେ ବି ବିଶ୍ବ ଜଗତ

ମଣିଷ ପ୍ରକୃତି ଭଲ ନହୋଇଲେ

    ସରେ ତ ତା'ର ମହତ ।


Rate this content
Log in

Similar oriya poem from Abstract