STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ପ୍ରଶ୍ନ ଓ ପ୍ରେମ

ପ୍ରଶ୍ନ ଓ ପ୍ରେମ

1 min
222


ଦେହ ଦେଉଳରେ ଠାକୁର କିଏ

ପ୍ରଶ୍ନ ଟିଏ?

ପ୍ରେମ ମନରେ ଥାଏ ନା ହୃଦେ ରହେ

ପ୍ରଶ୍ନ ଟିଏ

ଗଛରୁ ମଞ୍ଜି ନା ମଞ୍ଜିରୁ ଗଛ

ପ୍ରେମ ଆଗ ନା ପ୍ରଣୟ ଆଗ

ଅନୁରାଗରୁ ପ୍ରେମ ନା ମିଛ

ପ୍ରଶ୍ନ ଟିଏ କହିବ କିଏ

ସବୁ ଋତୁରେ ଜଳଇ ଦେହ

ହାତ ପାପୁଲିରେ ଉଷ୍ମର ମୋହ

ଛାତିରେ ଜଳୁଛି ଅମାପ କୋହ

କାହିଁକି କୁହ

ଶୈଶବ ପ୍ରେମ ମେଘ ନା ବର୍ଷା

କୈଶୋର ପ୍ରେମ ଦ୍ୱେଷ ନା ଇର୍ଷା 

ଯୌବନ ପ୍ରେମ ରାଗ ନା ରୁଷା

ବାର୍ଦ୍ଧକ୍ୟ ପ୍ରେମ ମେଘ ନା ବର୍ଷା

ପ୍ରଶ୍ନ ଭୁଲ କି ଠିକ ଉତ୍ତର ଦିଅ

ପ୍ରତାରଣା ଥାଏ କେଉଁଠି

ଅନୁରାଗ ଭରା ଶବ୍ଦ କେଇଟି

ପର ଆପଣାର ଶୁନ୍ୟ ମୋହଟି

ପ୍ରେମ ଶବ୍ଦରେ ଅକ୍ଷର ସତରେ କଣ

ଅଢେଇ ଅକ୍ଷର ଅଢେଇ ଦିନ ଜୀବନ ଗୋଟି।


Rate this content
Log in

Similar oriya poem from Abstract