STORYMIRROR

Niranjan Mishra

Abstract

4  

Niranjan Mishra

Abstract

କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

1 min
212


କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

ଶିବ ପଞ୍ଚାକ୍ଷର ଅମୃତ ଝର

ଶ୍ରାବଣର ସୋମବାର

ମହାଦେବ ହେବେ ଜଳେ ଅଭିଷେକ

ଆଜି ତାଙ୍କ ପୁଣ୍ଯ ବାର ।


ଓଁକାର ବିନ୍ଦୁରେ ସଂଯୁକ୍ତ ହୋଇ

ନମଃ ଶିବାୟ ଶୁଭୁ ଅଛି ରହି

ଯୋଗୀଗଣ ନିତ୍ଯ ଧ୍ୟାୟି

କାମଦ ମୋକ୍ଷଦ ଗତିକି ଲଭନ୍ତି

ଓଁକାର ନିତ୍ଯ ଅଟଇ ।


ଅଜାତ ଅଜନ୍ମା ଅପରାଭବ

ନାନାଶକ୍ତିଧର ଶ୍ରୀସଦାଶିବ

ମହାଦେବ ମହାତ୍ମାନ

ମହାଯୋଗୀ ମହେଶ୍ବର ମହାପାପ

ହରନ୍ତି ହର ଈଶାନ ।


ଶିବ ଶାନ୍ତ ଜଗନ୍ନାଥ ବୋଲାନ୍ତି

ଲୋକକୀର୍ତ୍ତି ବର୍ଦ୍ଧକ ସେ ଅଟନ୍ତି

ଶିବ ଏକା ପରଂବ୍ରହ୍ମ

ବୃଷଭବାହନ ବାସୁକୀ ତାଙ୍କର

ଶୋଭିତ କଣ୍ଠଭୂଷଣ ।


ବାମାଙ୍ଗେ ଶକତି କରି ଧାରଣ

ଯହିଁ ଯହିଁ ଶିବ ଅଛନ୍ତି ଜାଣ

ଯୋଗରେ ଜ୍ଞାତ ହୁଅନ୍ତି

ସକଳ ଭୂତଙ୍କ ଗୁରୁ ସଦାଶିବ

ସର୍ବ ଭୁତେ ତାଙ୍କ ସ୍ଥିତି ।


କାଉଡିଆ କାନ୍ଧେ ବାହୁଙ୍ଗୀ ଧରେ

ଶିବ ପଞ୍ଚାକ୍ଷର ଅମୃତ ଝରେ

ମୁଖରିତ ପାଥ ପଥ

ଆଶୁତୋଷ ଶିବ ପଞ୍ଚାକ୍ଷର ମନ୍ତ୍ରେ

ହେବେ ପରା ଅଭିଷିକ୍ତ ।


ଜଳେ ଆଶୁତୋଷ ହୁଅନ୍ତି ତୋଷ

ଅମୃତ ତୁଲ୍ୟ ହେଲା କଣ୍ଠେ ବିଷ

ଜଳ ଢାଳି କାଉଡିଆ

ମନସ୍କାମନା ତା କରିବ ପୂରଣ

ମହେଶ ତାହାର ସାହା ।



Rate this content
Log in

Similar oriya poem from Abstract