STORYMIRROR

Smruti Prakash

Abstract Others

4  

Smruti Prakash

Abstract Others

ଶ୍ରାବଣୀ ଗୋ...

ଶ୍ରାବଣୀ ଗୋ...

1 min
233

ଶ୍ରାବଣୀ ଗୋ,

ତୁମେ ଆସିଲେ ମେଘ କାନ୍ଦେ, ନା

  ମେଘ କାନ୍ଦିଲେ ତୁମେ ଆସ…ବୁଝିପାରେନା ।


    ଆହୁରି ବି ବୁଝିହୁଏନା,

 ତୁମେ ଆସିଲେ ମୟୂରୀ ନାଚେ, ନା

  ମୟୂରୀ ନାଚିଲେ ତୁମେ ଆସ ।


    ତୁମେ ଆସିଲେ ବାଉଳିଆ ମେଘମାନେ

    ନିଜ ନିଜ ସହ ଯୁଦ୍ଧ ଲାଗନ୍ତି, ନା

  ସ୍ୱାଗତ ଜଣାଏ ବସୁଧା ହଜାର ତୋପର ସଲାମି ଦେଇ ।


  ତୁମେ ଆଣିଥିବା ସାତ ରଙ୍ଗରେ ଆଙ୍କିଦିଅ

  ରଙ୍ଗିନ୍ ମୁରୁଜଟିଏ ଆକାଶର ନୀଳ ବୁକୁରେ, ନା

    ଫୁଲ ମାନେ ସଜେଇଥାନ୍ତି ସୁନ୍ଦର ତୋରଣଟିଏ ତୁମ ପାଇଁ ।


ଆଉ ଶେଷରେ ଶ୍ରାବଣୀଗୋ,

ଏତିକି ତ ବୁଝେଇଦିଅ

 ତୁମେ ଆସିଲେ ମୋତେ ଭଲ ଲାଗେ, ନା

 ମୋତେ ଭଲ ଲାଗେ ବୋଲି ତୁମେ ଆସ ।


Rate this content
Log in

Similar oriya poem from Abstract