STORYMIRROR

Smruti Prakash

Romance Tragedy

3  

Smruti Prakash

Romance Tragedy

ଗୋଟିଏ ଅଧୁରା ପ୍ରେମ କବିତା

ଗୋଟିଏ ଅଧୁରା ପ୍ରେମ କବିତା

1 min
401

ପ୍ରେମ କବିତାଟେ ଲେଖିବି ବୋଲି ଭାବିଲା ବେଳକୁ

ଦେଖେତ ହୃଦୟଟା କେମିତି ଗୋଟେ ଲାଗୁଛି ଖାଁ ଖାଁ

ନିରେଖି ଦେଖିଲା ବେଳକୁ ଶୂନ୍ୟତା,

ନୀରବତା ଛଡା ଆଉ କିଛି ନାହିଁ ତ ସେଠି

ଜୋର୍ ପାଟି କରି ନାଁ ଧରି ଡାକିଲି

ଶବ୍ଦ ଗୁଡା ହୃଦୟର କାନ୍ଥରେ ବାଡେଇ ହୋଇ

ଫେରି ଆସୁଥିଲେ ପୁଣି ମୋ ନିକଟକୁ

ଆଶ୍ଚର୍ଯ୍ୟ ! ଏ କେମିତି ସମ୍ଭବ?

ତୁମେ ତ ପ୍ରତିଶୃତି ଦେଇଥିଲ, ରହିବ ବୋଲି ସବୁଦିନ

ତେବେ ଆଜି ଯାଏ କଣ ମୁଁ ମରିଚିକାକୁ ଭାବିନେଇଥିଲି ସତ ବୋଲି?

ମିଛ ମରୁଭୂମିର ଉପତ୍ୟକାରେ ବୋଧେ

ତୁମ ମିଥ୍ୟା ଅଥଚ ମଧୁର ପ୍ରତିଶୃତିର ଇଟାରେ

ଗଳଦଘର୍ମ ହୋଇ ଗଢି ଚାଲିଥିଲି ରଙ୍ଗୀନ ସ୍ଵପ୍ନର ତାଜମହଲ୍ ନା' ଆଣ୍ଟିଲିଆ

ସନ୍ତର୍ପଣରେ ଛିଡା ହେଲି ଆସି ସେଇ ଅଳିନ୍ଦ ସମ୍ମୁଖରେ

ଦିନେ ଯେଉଁଠି ପାଦ ଥାପିଥିଲ ଜବରଦସ୍ତି,

ଆଜିଠୁ ଏଇଟାହିଁ ମୋ ଠିକଣା କହିଥିଲ ତୁମେ ।

ନାମ ହୀନ ନାମଫଳକଟା ଝୁଲୁଛି ଏବେବି ତେରଛା ହୋଇ,

ଡେଣା ବିହୀନ କ୍ୟୁପିଡଟି କିନ୍ତୁ ଏବେବି ଝୁଲୁଥିଲା ଶୁନ୍ୟ ନାମ ଫଳକଟିରେ ନଥିଲା କିନ୍ତୁ ହାତରେ ତାର ପ୍ରେମ ଶର କି ତୀର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance