STORYMIRROR

Smruti Prakash

Romance

3  

Smruti Prakash

Romance

ତୁମେ ଆସିବନା ପ୍ରିୟା...?

ତୁମେ ଆସିବନା ପ୍ରିୟା...?

1 min
168

କେଉଁ ଏକ ଅଜଣା ସ୍ୱପ୍ନ ରାଇଜରେ ବୁଲୁଥିଲା ବେଳେ

ହଠାତ୍ ଭାଙ୍ଗିଯାଏ ନିଦ ମୋର

ଅଗଣାରେ ତୁମ ଟୁପ୍ ଟାପ୍ ପାଦଶବ୍ଦ ଶୁଣି

ସମଗ୍ର ଶରୀର ହୁଏ ମୋର ରୋମାଞ୍ଚିତ

ତୁମ ଉପସ୍ଥିତିରେ...

ତୁମେ ବି ତ ମୋତେ ଦେଖି ହସିଦିଅ ଆହୁରି ଜୋରରେ

ଆଉ ଝର୍ ଝର୍ ହୋଇ ଝରିପଡେ ମୁକ୍ତା ବିନ୍ଦୁ ସବୁ

ମୋ ଉପରେ...

ତୁମ ଶୀତଳ ସ୍ପର୍ଶର ଅନୁଭବର 

ଲୋଭ ସମ୍ବରଣ କରି ନ ପାରି

ହଜିଯାଏ, ଭିଜିଯାଏ ମୁଁ ତୁମ ଗାଢ ଆଲିଙ୍ଗନରେ

ଆଉ ସବୁଥର ପରି ଏଥର ବି

କୋଳେଇ ନେଇ ଖୁବ୍ ଗେହ୍ଲା କର ମୋତେ...

 

ବର୍ଷା...

ଆସିବନା ପ୍ରିୟା...

ସେଦିନ ବି ଟିକେ କାନ୍ଦିବାକୁ,

ଉଜାଡି ଦେବାକୁ ସ୍ନେହର ମୁକ୍ତା ବିନ୍ଦୁ ସବୁ, 

ଯେଉଁ ଦିନ ହାତ ଠାରି ଡାକୁଥିବି ତୁମକୁ

ମୋ ଶୂନ୍ୟ କବର ଭିତରୁ....??



Rate this content
Log in

Similar oriya poem from Romance