STORYMIRROR

Smruti Prakash

Others

3  

Smruti Prakash

Others

ଶୀତ ଗୀତି

ଶୀତ ଗୀତି

1 min
815

ସଞ୍ଜ ନଇଁଗଲା ପରେ, କବାଟ ଝରକାର ସରୁ ଫାଙ୍କ ଦେଇ

କାକର ଭିଜା କୁହୁଡିର ଚାଦର ଘୋଡି ହୋଇ,

ସୁନେଲୀ ଧାନ କେଣ୍ଡାର ରଥପରେ ବସି,

ଗଙ୍ଗଶିଉଳିର ଭୁରୁଭୁରୁ ମହକ ମାଖି ହୋଇ,

ତୁମେ ଆସି ଚୁପ୍ ଚାପ୍ ଯେବେ

ତନୁ ମନେ ଦେଇ ଯାଅ ଥଣ୍ଡା ପରଶ

ଟୁପ୍ ଟାପ୍ ହୋଇ ସଞ୍ଚରି ଯାଏ ମୋ ଦେହେ

ସହସ୍ର ପିରାମିଡର ରୋମାଞ୍ଚ

ଖେଳି ଯାଏ ଅଜବ ଏକ ହାଲକା କମ୍ପନ

ମୋର ସମସ୍ତ ଅସ୍ଥି ମଜ୍ଜାରେ ।


ତୁମ ଆଗମନେ ଖୁବ୍ ଆପଣାର ଲାଗେ

ପହିଲି ସୂର୍ଯ୍ୟର ସ୍ୱର୍ଣ୍ଣିମ କିରଣ

ଇଚ୍ଛା ହୁଏ ମା’ର ଉଷୁମ କୋଳରେ ଆହୁରି ଟିକେ

ଜାକି ଜୁକି ହୋଇ ପଶି ଯିବାକୁ,

ବେଶୀ ବେଶୀ ମନେ ପଡେ ପ୍ରଣୟୀର

ବାହୁ ପାଶର ମଜବୁତ ବନ୍ଧନ ।


ଖୁବ୍ ଭଲ ଲାଗେ ତୁମ ଉପସ୍ଥିତି

କାହିଁକିନା, ତୁମେ ହିଁ ତ ଆଣିଥାଅ

ଆଉ ଏକ ନୂତନ ବସନ୍ତର ମହକ

ତୁମେ ହିଁ ତ ଆଣିଥାଅ

ନୂତନ ରଙ୍ଗ, ନୂତନ ଉତ୍ସାହ, ନୂତନ ସ୍ୱପ୍ନ,

ନୂତନ ସମ୍ଭାବନା ଭରା ଆଉ ଏକ ନୂତନ ବର୍ଷ ।


ହେଲେ, ଦୁଃଖ ବି ଲାଗେ

ଯାଉ ଯାଉ ତୁମେ ତୁମ ସାଥେ ନେଇ ଯାଅ

ଯେତେ ସବୁ ପୁରୁଣା ବର୍ଷର ପୁରୁଣା ସ୍ମୃତି,

ଆଉ ପୁରୁଣା ଅନୁଭୁତି ସବୁକୁ ।


Rate this content
Log in