STORYMIRROR

Smruti Prakash

Romance

3  

Smruti Prakash

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
153

ଆଖିରେ ଆଖିଏ ସ୍ୱପ୍ନ ଦେଇ

ଫେରି ଆସିବାର ମଧୁର ପ୍ରତିଶୃତି ଦେଇ

ଯାଇଥିଲ ଯେ ଫେରିଲନି ଆଉ

ତୁମ ଫେରିବା ବାଟକୁ ଚାହିଁ ଚାହିଁ

ଲୁହ ଶୁଖି ଗଲାଣି ମୋ ଆଖିରୁ କେଉଁ କାଳୁ

ନିଃଶ୍ୱାସ ପ୍ରଶ୍ୱାସ ବି ବୋଧହୁଏ

ବନ୍ଦ ହେଇ ଯିବଣି

ନା’ ହୁଏତ ଚାଲିଛି,

ତୁମେ ଯେ ମନେ ପଡୁଛ

ପ୍ରତି କ୍ଷଣ, ପ୍ରତି ମୁହୁର୍ତ୍ତରେ

ଏବେ ବି ପ୍ରତୀକ୍ଷା କରି ରହିଛି ମୁଁ ତୁମକୁ

ବର୍ଷାମନସ୍କ ଚାତକୀର ଆଶା ନେଇ,

ହୃଦୟର ଲହୁରେ ଗୋଲାପକୁ ଲାଲ୍ ରଙ୍ଗରେ

ରଙ୍ଗେଇବାର ବୁଲ୍ ବୁଲ୍ ର ଆକାଂକ୍ଷା ନେଇ

ତମେ ଫେରିଲା ବେଳକୁ ହୁଏତ

ପାଲଟି ଯାଇଥିବି ମୁଁ ପାଷାଣୀ ଅହଲ୍ୟାରେ

ହେଲେ ହାତ ମାରି ଦେଖିବ

ସେବେବି ଏ ହୃଦୟଟା ସ୍ପନ୍ଦିତ ହେଉଥିବ

କେବଳ ତୁମ ନାଁ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance