ପ୍ରତୀକ୍ଷା
ପ୍ରତୀକ୍ଷା
ଆଖିରେ ଆଖିଏ ସ୍ୱପ୍ନ ଦେଇ
ଫେରି ଆସିବାର ମଧୁର ପ୍ରତିଶୃତି ଦେଇ
ଯାଇଥିଲ ଯେ ଫେରିଲନି ଆଉ
ତୁମ ଫେରିବା ବାଟକୁ ଚାହିଁ ଚାହିଁ
ଲୁହ ଶୁଖି ଗଲାଣି ମୋ ଆଖିରୁ କେଉଁ କାଳୁ
ନିଃଶ୍ୱାସ ପ୍ରଶ୍ୱାସ ବି ବୋଧହୁଏ
ବନ୍ଦ ହେଇ ଯିବଣି
ନା’ ହୁଏତ ଚାଲିଛି,
ତୁମେ ଯେ ମନେ ପଡୁଛ
ପ୍ରତି କ୍ଷଣ, ପ୍ରତି ମୁହୁର୍ତ୍ତରେ
ଏବେ ବି ପ୍ରତୀକ୍ଷା କରି ରହିଛି ମୁଁ ତୁମକୁ
ବର୍ଷାମନସ୍କ ଚାତକୀର ଆଶା ନେଇ,
ହୃଦୟର ଲହୁରେ ଗୋଲାପକୁ ଲାଲ୍ ରଙ୍ଗରେ
ରଙ୍ଗେଇବାର ବୁଲ୍ ବୁଲ୍ ର ଆକାଂକ୍ଷା ନେଇ
ତମେ ଫେରିଲା ବେଳକୁ ହୁଏତ
ପାଲଟି ଯାଇଥିବି ମୁଁ ପାଷାଣୀ ଅହଲ୍ୟାରେ
ହେଲେ ହାତ ମାରି ଦେଖିବ
ସେବେବି ଏ ହୃଦୟଟା ସ୍ପନ୍ଦିତ ହେଉଥିବ
କେବଳ ତୁମ ନାଁ ନେଇ ।