ଅସଂପୂର୍ଣ୍ଣ ପ୍ରତିଶ୍ରୁତି
ଅସଂପୂର୍ଣ୍ଣ ପ୍ରତିଶ୍ରୁତି
ଆଜି ଏମିତି ଜଳୁଛି ଗୋଟେ କବିର ମନ
ଠିକ୍ ଯେମିତି ଏକ କୋଇଲା ଚୁଲା,
ଭାବନାର ନିଆରେ ଜଳି ଉଠୁଛି
କିଛି ସ୍ମୃତିର କୋଇଲା ।
ବେଳେ ବେଳେ ମୁଁ ମୋ ହାତକୁ ବି ରଖିଦିଏ
ସେ ଗରମ ଚୁଲାର ଗରମ କୋଇଲା ଉପରେ ,
ସମେୟ ସମୟେ ଗରମ ଲାଗେ ସେ ଉତ୍ତାପ
ପୁଣି କେତେବେଳେ ସେ କୋଇଲା ଉପରେ ଲାଖିଯାଏ ଏ ହାଡ଼ଭଙ୍ଗା ସ୍ମୃତିର ପାଉଁଶ ହୋଇ ।
ମୁଁ ଦସ୍ତାନା ପିନ୍ଧେ ଆଉ ଭାବନାର ଚିମୁଟାରେ
ସ୍ୱାଧୀନ କରିଦିଏ ସେ ସ୍ମୃତିର କୋଇଲାକୁ।
ଏମିତି ଅନେକ ଦୁଃଖର ପ୍ରଜାପତି
ପବନରେ ଭାସି ଆସନ୍ତି,
କିଛି ସମୟ ପରେ ହଜିଯାନ୍ତି
ଅତୀତର ପାଚେରୀ ଡେଇଁ।
କେତେବେଳେ କେତେବେଳେ
ମେଞ୍ଚାଏ କାଶ୍ମୀରୀ ପବନ
ବହିଆସି ଧକ୍କା ହୋଇଯାଏ ଏ କୋଇଲାରେ,
ଅଜସ୍ର ଧୂଆଁ ଉଠେ, ମୋ ଆଖିରୁ ଲୁହ ଝରି ଆସେ।
ଝାଞୁଆ ପବନରେ ଉଡ଼ିବୁଲେ ଭଙ୍ଗା ରୁଜା,
ଅଧାଗଢ଼ା ସ୍ମୃତି କେତୋଟି ଆଉ
କେତେବେଳେ ପୁଣି ଲାଗେ
ଏ ଧୂଆଁ ପୂର୍ଣ୍ଣ ହୋଇ ନଥିବା ପ୍ରତିଶ୍ରୁତି କେତୋଟି।
