STORYMIRROR

Jyoti Ranjan Jena

Others

3  

Jyoti Ranjan Jena

Others

ମୁଁ କିଏ

ମୁଁ କିଏ

1 min
181

ମୁଁ ପ୍ରତିଦ୍ୱନ୍ଦିତାର ଏକ ମୋହ 

ନା କୌଣସି ଯୋଦ୍ଧାର କୋହ  

ମୁଁ ଭାବହୀନ ଏକ କବି

ନା ରଂଗହୀନ ଜୀବନ୍ତ ଛବି। 

ମୁଁ ଅତୀତର ଅଭିଶପ୍ତ ସ୍ମାରକୀ 

ନା ଆଗାମୀ ଲୁହର ସମଷ୍ଟି। 

ମୁଁ ନିର୍ଜନତାର ଶୂନ୍ୟ ଧ୍ୱନି 

ନା ମୁଁ କୋଳାହଳର ରାଗିଣୀ  

ମୁଁ କାଳବୈଶାଖୀର ଦହନ 

ନା ମଉଳା ମଳୟ ପବନ। 

ମୁଁ ଚିରହରିତ୍ର ପ୍ରେରଣା 

ନା ପର୍ଣ୍ଣମୋଚୀର ବେଦନା। 

ମୁଁ ମରୂର ଶୀତଳ ଯୋଛନା 

ନା ମେରୁର ଅନିଚ୍ଛକ ସାଧନା। 

ମୋର ପରିଚୟ କ'ଣ ଜାଣେନା

ମୁଁ ଆଜି ବି ନିଜକୁ ଖୋଜି ପାଏନା ।

    



Rate this content
Log in