STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ଭୟାଳୁ

ଭୟାଳୁ

1 min
329


କିଏ ନୁହଁ,ସବୁରି ମୁହଁ ରେ

ମୁଁ ଭୟାଳୁ 

ଭୟ, ମୋ ମନରେ,କଥାରେ

ସେମାନଙ୍କ ର ସାଧାରଣ କଥା

ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ 

ହଁ, ମୁଁ ଭୟାତୁର , ଭୟାଳୁ। 


ମୋର ଡର ଓ ଭୟ

କାଳେ ଭୁଲ୍ ହେଇଯିବ

ଭୁଲ୍ ରେ ବି ଭୁଲ୍ କାମ

ଏହି କଥାରେ ଯୁଦ୍ଧ

ନିଜ ମନ ଓ ହୃଦୟ ର

ବୋଧେ ମୁଁ ଭୟାତୁର, ଭୟାଳୁ।


କଥା ରେ ବି ଭାବ ଅଛି

କଥା ଭଲ ନ ଲାଗିଲେ କଷ୍ଟ

କଥା କାହାକୁ କଷ୍ଟ ନ ହେଉ

କଥା ରେ କେହି ଦୁଃଖୀ ନ ହେଉ

ଏହି ତ କାରଣ

କିଛି କହିବାକୁ ଡର ଓ ଭୟ

କିଛି ନ କହିଲେ,ଭୟାତୁର ଭୟାଳୁ।


ସମ୍ପର୍କ ଅତୁଟ ରହିବା ଏକାନ୍ତ କାମ୍ୟ

ବିଶୃଙ୍ଖଳା ଓ ମତଭେଦ ନ ହେଉ

କାଳେ କିଛି ଅଘଟଣ ହେବ

ମନରେ ,କିଛି କହିବାର ଡର ଓ ଭୟ

ଅନ୍ୟ ଦୃଷ୍ଟିରେ, ଭୟାତୁର ଭୟାଳୁ


ଯଦି ଏପରି ଡର ଆଉ ଭୟ

ସତରେ ମୁଁ ଭୟାଳୁ

ଭୟାଳୁ ର ସଜ୍ଞା ହିଁ ନିହିତ

କଥା, ମନ, ଭାବନା ଓ ହୃଦୟ ରେ

ହଁ, ମୁଁ ଭୟାତୁର ଭୟାଳୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract