STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ବର୍ଷାର ଅମୃତ ଧାରା

ବର୍ଷାର ଅମୃତ ଧାରା

1 min
371


ମୋ ଓଡିଶା, ମୁଁ ଓଡିଆ, ଗର୍ବ କରଇ ମୋ ମାଟିରେ ପାଇ

ପ୍ରକୃତିଦତ୍ତ ନଦ ନଦୀ ହ୍ରଦ ମାଳ,

ମହାନଦୀ ତଟ ଜଗତପୁରରେ ରହୁଛି ମୁଁ, ପୁରି ରହିଥିଲା

ନୀଳ ରଂଗ ମଣ୍ଡିତ ଅପୂର୍ବ ଜଳ l୧|


କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡେ ରହି ଅଛି ଅଂଶୁପା ହ୍ରଦ,

ତରୁ ଲତା ଘନେ ହୋଇଥିଲା ଅଚ୍ଛାଦିତ 

ଯାଉଥିଲି ତାର ଶୋଭା ଦେଖିବାକୁ, ଦେଖି ମନ ମୋର

ହେଉଥିଲା ଆନନ୍ଦବୋଧ l୨|


ସୁଷମା ବିହାର ପକ୍ଷୀଙ୍କର ସ୍ଵର ଶୁଭୁ ଥିଲା ଘନ ଘନ, ଚୋରି 

କରି ନେଉଥିଲା ମଣିଷ ମନ 

ତା ମଧୁର ଜଳରେ ତୋଷୁଥିଲେ ଚିତ୍ତ କେତେ କେତେ ଜୀବ,

ସଂଜୀବନି ପରି ସାଜିଥିଲା ଜୀବଦାନ |୩|


ପହିଲି ଆଷାଢ ବରଷା ହେଉଥିଲା ସେତେବେଳେ ମନରେ 

ଲଗାଇ ଦେଉଥିଲା ଶୀତଳ ପରଶ 

ଆଶା ରଖୁଥିଲା ମୋ ଧରିତ୍ରୀ ମା ସୁନୀଳ ଆକାଶେ ଆଦିତ୍ଯ

ଙ୍କ ତ୍ରାସେ ଦୂର ହେବ ଜଳଶୂନ୍ଯ ଛଅ ମାସ |୫|


ଚଳି ଆକାଶେ ବିଜୁଳି ସଙ୍ଗତେ ବାରିଦ ତାପ କରୁଥିଲ ନାଶ

ମହୀ ମଣ୍ଡଳର ଦୁଃଖ ସବୁକୁ

ଚାରି ମେଘମାଳ ବରଷି ଜଳ ଆନନ୍ଦେ ଉଲ୍ଲାସେ ତୋଷ କରୁ

ଥିଲା ଜୀବ ମାନଙ୍କ ମନକୁ |୬|


କି ସମୟ ଆସିଲା, ଆକୁଳ ଅଧିର ତୃଷାତୁର ହୋଇ ଧରାରୁ

 ଆଷାଢ଼ ହୋଇଲା ଶେଷ 

ଚାତକ ମଣ୍ଡୁକ ଯେତେ ଜୀବଯାକ ଜଳ ବରଷିବ ବ୍ୟାକୁଳରେ

ଋତୁ ଶିରାବଣେ ଚାହାଁନ୍ତି ଆକାଶ |୭|


ଆଷାଢ ସରିଲା, ଶିରାବଣ ଆସିଲା, ଅଧା ମାସ ଚାଲି ଗଲା 

ଦେଇଛି ପରଷି ଅମୃତର ଧାରା

ଚଷା ଭାଇ ମନ ହୁଏ ପୁଲକିତ, ସରବଙ୍କ ଉଶ୍ବାସ ହୁଏ ମନ, 

ଉତ୍ତାପ କୋପରୁ ମୁକ୍ତ ହୁଏ ଧରା |୮|


ପହିଲି ବରଷ ହୋଇଛି, ବହୁଛି ବାଆ କିନ୍ତୁ ମହାନଦୀରେ

ସ୍ରୋତସ୍ବନୀ ଜଳେ ଭାସୁନି ନାଆ 

ନଦୀ ନାଳ ସବୁ ପୂରି ଉଛୁଳଇ ଗାଆଁ ସହର ଦାଣ୍ଡେ ଭାସୁ

ଆଉ କାଗଜ ନାଆ, ନାହିଁ ମୁଢି ନଡିଆ |୯|


ପରିବେଶ ଆଜି ହୋଇଛି ଦୂଷିତ, ଡର ଲାଗେ ଉନ୍ମାଦେ

ଗାଧେଇବାକୁ ବରଷା ପାଣି

ବିଶ୍ବର ମଙ୍ଗଳକାରୀ ବର୍ଷା ଠିକ ନବରଷି ସପ୍ତରଙ୍ଗ ଚିତ୍ର 

ଅତି ମନଲୋଭା ଦଉନି ଆଣି |୧୦|


ଏକଲା ବସିଣ ଭାବୁଛି ମୁଁ ସତରେ ବରଷା ସମୟେ ବର୍ଷି

ଚାଷୀଭାଇକୁ ଦେବ ଉତ୍ତମ ଫଳ

ବରଷକେ ଥରେ ଚଷିଣ ଖେତ ଖୁସିରେ ରୋପିବ ଚାରା,

ପାଇବ ବରଷକ ଶ୍ରମର ଫଳ |୧୧|



Rate this content
Log in

Similar oriya poem from Abstract