ଗୃହ ଲକ୍ଷ୍ମୀ ଅଟୁ ମା ତୁହି
ଗୃହ ଲକ୍ଷ୍ମୀ ଅଟୁ ମା ତୁହି
ଧୀରେ ଧୀରେ ବୁଝିବୁ ରୀତିକୁ
ଲୋ ଗୃହ ଧର୍ମର
କହିବୁ ଟି ମଧୁର ବଚନ
କର୍ତ୍ତବ୍ୟ ମା ତୋର ।
ମଣିବୁ ଲୋ ସ୍ବାମୀଙ୍କୁ ଜୀବନେ
ସାକ୍ଷାତେ ଦେବତା
ଅର୍ଦ୍ଧାଙ୍ଗିନୀ ଧର୍ମ କର୍ମ ରୂପ
କର୍ତ୍ତବ୍ୟେ ସତ୍ୟତା ।
ତୁହି ଲୋ ସ୍ବାମୀଙ୍କୁ କେବେ
ଆଘାତ ନ ଦେବୁ
ଶାଶୁ ଓ ଶଶୁରେ ଭକ୍ତି ପ୍ରୀତି
ନିତ୍ୟେ ରଖି ଥିବୁ ।
ଅଟୁ ଗୃହ ଲକ୍ଷ୍ମୀ ପରା ତୁହି
ଗୃହ ବୋଝ ତୋର
ତୋର ବଳୁ ହୋଇବ ଟି ଗୃହ
ସୁନାର ସଂସାର ।
ସଂସ୍କାରୀ ଘରୁ ଆସିଛୁ ମା ଲୋ,
ରହିବୁ ସଂସ୍କାରେ
ମନ୍ତ୍ର ସମଭବକୁ ରଖିବୁ
ଜୀବନ ଯାତ୍ରାରେ ।
ସନ୍ଧ୍ୟା ସକାଳ କରିବୁ ତୁହି
ଆରାଧ୍ୟଙ୍କୁ ଭକ୍ତି
ଧୂପ ଦୀପ ଜାଳି ଦେବୁ ନିତ୍ୟେ
ରଖିଣ ପିରତି ।
ପ୍ରୀତି କୁଟୁମ୍ବେ ଥିବ ସମ୍ମାନ
ଆଦର ବନ୍ଧୁରେ
ଦେବେ ଅନ୍ନପୂର୍ଣ୍ଣା ନଜର ଟି
ଗୃହଲକ୍ଷ୍ମୀଙ୍କ ରେ ।
ସବୁ ଦାୟିତ୍ଵ ଜଞ୍ଜାଳ ତୋର
ଅଛି ଶକ୍ତିରୂପା
ବୃଦ୍ଧ ଯହୁଁ ଶାଶୁ ଓ ଶଶୁରେ
ଭରସା ସ୍ବରୂପ ।
ଅଛିଟି ହସ୍ତେ ସବୁ ତୋହରି
ଅଧିକାର ଭାର
ସବୁ ଦାୟିତ୍ଵ ଭଲ ମନ୍ଦର
ତୋହରି କାର୍ଯ୍ୟର ।
ବାକ୍ୟ ସବୁ ଗୁରୁ ଜ୍ଞାନ ପରି
ହୃଦେ ରଖି ଥିବୁ
ଜୀବନେ ନାମ ସୁନାମ ତୁହି
ଅନେକ ପାଇବୁ ।
