STORYMIRROR

Niranjan Mishra

Abstract

4  

Niranjan Mishra

Abstract

କାଉଡି ଭାର

କାଉଡି ଭାର

1 min
390


ଜୟ ଜୟ ସଦାଶିବ ଚନ୍ଦ୍ରଶେଖର

କୋଟି ନମସ୍କାର କରେ ତୁମ ପୟର ।

ଆସିଛି ଶ୍ରାବଣ ମାସ ହେ ଗଙ୍ଗାଧର

ଶ୍ରାବଣେ ବୋହିବୁ ଆମେ କାଉଡି ଭାର ।

ପୁଣ୍ୟତୋୟା ନଦୀ ଜଳ କଳସୀ ଭରି

ଚାଲିବୁ କାଉଡି ଭାର କାନ୍ଧରେ ଧରି ।

ମେଳ ହୋଇ ଭକ୍ତଜନ ପାଞ୍ଚ ପଚିଶ

କାଉଡି ଧରି ଚାଲିବୁ ଦେବ ମହେଶ ।

ହୃଦେ ଜପି ତୁମ ନାମ ବଂ ବଂ ଭୋଲେ

ପାରି କରିବ ଧରାରୁ ଗାଇବୁ ଭଲେ ।

ଖାଲି ପାଦେ ଚାଲି ଚାଲି ଚାଲିବୁ ହର

ପାରି କରିବ ତୁମେ ଏ ଭବସାଗର ।

ନାମ ବହିଅଛ ତୁମେ ତ ଆଶୁତୋଷ

ଜଳ ଅଭିଷିକ୍ତ ହୋଇ ହୁଅ ସନ୍ତୋଷ ।

ଡମ୍ବରୁଧର ହେ ଅଜ ଶୁଣିବ ଗୀର

ଗରଳ ବିରାଜମାନ କଣ୍ଠେ ତୁମର ।

ପ୍ରାଣୀଙ୍କ ହିତରେ ପ୍ରଭୁ ଭକ୍ଷି ଗରଳ

କଣ୍ଠରେ ରଖିଲ ତାକୁ ହେ ମହାକାଳ ।

ମସ୍ତକରେ ମନ୍ଦାକିନୀ ଧାର ବହିଛ ।

ବାମ ପାରୁଶେ ଗିରିଜାଙ୍କୁ ରଖିଅଛ ।

କଟୀ ତଟେ ଶୋହେ ତୁମ ବ୍ୟାଘ୍ର ଅଜିନ

ସଂସାର ତୁମର ମାୟା ହେ ପଞ୍ଚାନନ ।

ଗଳାରେ ଲମ୍ବିତ ତୁମ ଭୁଜଙ୍ଗ ହାର

ହେ କପର୍ଦ୍ଦୀ ତୁମେ ସତ୍ଯ ଶିବ ସୁନ୍ଦର ।

ଜଳ ସ୍ଥଳ ବ୍ୟୋମେ ତୁମେ ବ୍ୟାପୀ ରହିଛ

ରାମ ନାମ ଜପ କରି ଧ୍ୟାନେ ବସିଛ ।

ଯୋଗେଶ୍ବର ନାହିଁ ତୁମ ପର ଅପର

ରୂପ ତୁମର କର୍ପୂର ସମ ଗଉର ।

କରୁଣାବତାର ବାସ ହୃଦକନ୍ଦର 

ଜଳାଭିଷେକ କରିବୁ ମଥା ଉପର ।

କରୁଣା କରିବ ଦେବ ଦେବ ମହେଶ 

ଚରଣେ ଶରଣାଗତ ହେ ପାର୍ବତୀଶ ।

ସବୁ ବର୍ଷ ଶ୍ରାବଣରେ ଢାଳିବୁ ଜଳ

କରୁଣାନିଧାନ କର ବିଶ୍ବମଙ୍ଗଳ ।


Rate this content
Log in

Similar oriya poem from Abstract