STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଏକାକୀ ଜୀବନେ

ଏକାକୀ ଜୀବନେ

1 min
191


ତୋର ବିନା ସଖି 

ପାରେନି ମୁଁ ଚାଲି 

ନିତି ତତେ ଝୁରେ 

ଏଠି ଏକା ଭାଳି ଭାଳି। 


ଦିନରାତି ତୋ କଥା 

ଭାବେ ମୁଁ ଏକା ଏକା 

ନିଃସଙ୍ଗ ଜୀବନ ମୋର 

ତୋର ହୁଏ ମୋ ସ୍ୱପ୍ନରେ ଦେଖା ।


ସ୍ୱପ୍ନର ରାଜକୁମାରୀ ଗୋ 

ତୋ ବିନା ମୁଁ ପାରୁନି ରହି

କେମିତି କଟିବ ଜୀବନ

ସେ ଦୁଃଖ ପାରୁନି ସହି। 


ଆୟତ୍ତ କରି ପାରୁନି ମତିକି 

କେମିତି ରହିବି ଏକାକି 

ହେ ମୋ ପ୍ରାଣର ସଙ୍ଗୀନି 

ତୋ ବିନା ମୋ ଅଧୁରା ଜୀବନୀ। 


ପାରିବିନି କିଛି ମୁହିଁ ଲେଖି 

ନରକ ଯାତନା ପାରୁନୁ କି ଦେଖି

ତୁହି ମୋର ସୁଖ ତୁ ଏକା ଦୁଃଖ 

କଟିବ କେମିତି ଜୀବନ ଯାକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance