STORYMIRROR

PUSPALATA SAHOO

Romance

3  

PUSPALATA SAHOO

Romance

ଝର୍କାର ଆରପାଖେ

ଝର୍କାର ଆରପାଖେ

1 min
160

ଅନତି ଦୂରରେ ଦେଖିଲି 

ଗୋଟିଏ ସୁନ୍ଦରିଆ ଝିଅ 

ମୋ ଝରକାର ଆରପାଖେ 

ଦିଶୁଥିଲା ତାର ଗୋଲାପୀ ମୁହଁ 

ତା ଘର ଛାତକୁ ଲାଗି ଥିଲା 

ମୋ ଘରର ଛାତ 

ଗୁଡ଼ି ଉଡ଼ା ବାହାନାରେ 

ଦେଖୁଥିଲି ମୁଁ ତାର ରୂପ  

ସୁନ୍ଦର ରୂପକୁ ରାଜହଂସୀ ଚାଲି 

ନହୁଲି ବୟସ ଟା ତାର 

କରୁଥିଲା ମୋ ମନକୁ ଚୋରି  

ଓଢଣୀ ଉଡାଇ ଯେବେ ସେ 

ଫିକ କରି ଦେଲା ହସି 

ମୋ ମନର ଝର୍କା ଟିକୁ 

ଖୋଲି ଦେଲି ତା ପାଇଁ 

ହୃଦୟରେ ବସା କଲା ଆସି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance