ହୃଦୟ
ହୃଦୟ
ମୋ ହୃଦୟ ଏକ ଶୂନ୍ୟତାର ଜମାଖାତା
ନିତି ଚାଲେ ଯହିଁ ଲାଭକ୍ଷତିର ଅଙ୍କକଷା ।
ମନ ମୋର ପ୍ରେମଦାନେ କରଇ ପ୍ରତ୍ଯାଶା
ପ୍ରତିଦାନ ମନରେ ସଦା ଭରଇ ନିରାଶା ।
ମୋ ହୃଦୟ ଏକ ଅଶାନ୍ତ ବିଶାଳ ସାଗର
ନିତି ଉଠେ ଯହିଁ ଅସଂଖ୍ୟ ଉତ୍ତାଳ ଜୁଆର ।
ଇଚ୍ଛାହୁଏ ସଦା ଯାଆନ୍ତି କି ବେଳାଭୂମି ଲଙ୍ଘି
ଭଟ୍ଟା ଆସି କୁହେ ମୁଁ କାଳେ ବେଳାର ବନ୍ଦୀ ।
ମୋ ହୃଦୟ ଏକ ବ୍ଯର୍ଥତାରେ ଭରା ଗନ୍ତାଘର
ନିତି ଜାଗେ ଯହିଁ ଅଗଣିତ ସ୍ବପ୍ନର ସମ୍ଭାର ।
ମନ ମୋର ଯାଇ ଉଡ଼େ କାହିଁ କେଉଁ ଦୂରେ
ନିଷ୍ଠୁର କାଳର ପ୍ରହାରେ ଲୋଟେ ଭୂମି ପରେ ।
ହୃଦୟ କି ରହେ ତିଳେ ତୁନି ସଙ୍ଗୀନ ମୁନରେ
ହୃଦୟ ତ ନିତି ମାତେ ଭୋଳେ ଭାବ କାରବାରେ ।