STORYMIRROR

Nibedita Mishra

Romance

3  

Nibedita Mishra

Romance

ଅଭିମାନବୋଲି କିଛିନିବେଦିତାମିଶ୍ର

ଅଭିମାନବୋଲି କିଛିନିବେଦିତାମିଶ୍ର

1 min
149

ଅଭିମାନ ବୋଲି କିଛି ଗୋଟେ ନ ଥିଲା ତୋ ମୋ ଭିତରେ

ଖାଲି ରାଗିଗଲେ ବେଳେବେଳେ ତୁ କହୁ-

"ଏମିତି କହିଲେ ଆଉ କଥା ହେବିନି "

ବାସ୍

ତାପରେ ମୁଁ ମିଛିମିଛିକା କାନ ଧରି କ୍ଷମା ମାଗିନିଏ

ଆଉ ତୁ...

ଫେଁ କିନା ହସି ଦେଇ କହୁ ...ଡରିଗଲ କି?

ଏମିତି ତ ଅତି ସରଳ ସର୍ତ୍ତ ସବୁ କୁ ଚୁକ୍ତି କରି 

ଗଡି ଚାଲିଥିଲା ତୋ ମୋ ସମ୍ପର୍କ

କେଜାଣି କେଉଁଠୁ ଆସିଲା ସେ ସନ୍ଦେହର ମହାମାରୀ

କ୍ଯାନସର ପରି ମାଡି ଚାଲିଲା ତୋ ଭିତରେ ଭିତରେ

ସେଦିନ ମୋ ସହ ଶେଷ ଦେଖା ବେଳେ

ତୋ ମନକୁ ଯାହା ଆସିଲା କହିଦେଇ ଗଲୁ

ମୁଁ କିଛି ବୁଝିବା ଆଗରୁ ତୋ ମୋ ସମ୍ପର୍କର ସେ ଫୁଲହାରଟିକୁ

ଖିନଭିନ କରି ଛିଣ୍ଡାଇ ଦେଇ ପାଦରେ ଦଳି ଚାଲିଗଲୁ।

ମୁଁ କେତେ ଡାକିଲି ପଛରୁ,ହେଲେ ସେ ଶବ୍ଦ ସବୁ 

ତୋ ବାହାଘର ରୋଷଣୀ ଶବ୍ଦରେ ମିଳେଇ ଗଲା

ତା ପରଦିନ ମୋ କୋକେଇ ଉଠିଲା ବେଳେ ବି ତୋତେ ଖୋଜିଲି

ହେଲେ ତୁ ତ ଆଉ କାହା ବାହୁବନ୍ଧରେ ବନ୍ଦୀ ଥିଲୁ

ଆସିଥାଆନ୍ତୁ କେମିତି ଯେ?

ମୁଁ କିନ୍ତୁ ମନକୁ ବୁଝେଇ ନେଲି ଏଇଟା ବୋଧେ ତୋ ମୋ ଭିତରେ

ଅଭିମାନ ବୋଲି କିଛି ଗୋଟେ ସମ୍ପର୍କର ଅୟମାରମ୍ଭ।

ସମ୍ପର୍କର ଏଇ ନୂଆ ଚୁକ୍ତିନାମାରେ ମୁଁ 

ମୋ ଜୁଇ ଅଗ୍ନିକୁ ସାକ୍ଷୀ ରଖି ସ୍ୱାକ୍ଷର କରିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance