STORYMIRROR

mili rout

Romance

3  

mili rout

Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
202


ପ୍ରଥମ ଦେଖାର ପ୍ରଥମ ଚାହାଣି,

ଆଜି ଯାଏ ସାଥି ଭୁଲି ମୁଁ ପାରୁନି।


ତୁମ ଭାଵନାରେ ଯାଇଥିଲି ହଜି

ନିଜକୁ ନିଜେ ମୁଁ ପାଇଲିନି ଖୋଜି।


ବସନ୍ତ ଋତୁର ପହିଲି ପବନ,ଛୁଇଁ ଗଲା ବୋଧେ ମୋତେ

ଦେଖା ହେଲା ଯେବେ ତୁମ ସାଥେ ମୋର ଏମିତି ଲାଗିଲା ସତେ।


ସ୍ୱପ୍ନ ରେ ଯାହାମୁଁ ଭାବିଥିଲି ଦିନେ,

ଦେଖୁଛି ଆଜି ମୁଁ ମୋ ବେନି ନୟନେ।


ମନେ ଖେଳିଗଲା ସିହରଣ ମୋର

Advertisement

lign-center"> ମିଶି ଗଲା ଯେବେ ଦୁହିଁଙ୍କ ନଜର।


ଆସ୍ତେ ଆସ୍ତେ ଯେବେ ଆସିଲେ ପାଖକୁ

ଚାହିଁ ରହିଗଲି ମୁଁ ତାଙ୍କରି ମୁହଁକୁ।


କୋମଳ ହାତର ପ୍ରଥମ ଛୁଆଁରେ

ମନ ଜଳିଗଲା ଲାଜ ର ନିଆଁରେ।


ଆଖି ଖୋଲି ଯେବେ ଦେଖିଲି ସାମ୍ନାରେ

କେହିବି ନାହାଁନ୍ତି ମୋ ଚାରି ପାଖରେ।


ଯାହା ଦେଖୁଥିଲି, ଥିଲା ତାହା ସ୍ୱପ୍ନ

ପ୍ରଥମ ଦେଖାର ପ୍ରଥମ ମୂହୁର୍ତ୍ତ ।




Rate this content
Log in

More oriya poem from mili rout

Similar oriya poem from Romance