STORYMIRROR

Sandhyarani dash

Romance

3  

Sandhyarani dash

Romance

ନିଶିଗନ୍ଧା

ନିଶିଗନ୍ଧା

1 min
206


ତୁମେ ନୀଶିଗନ୍ଧା ଚିର ସୁବାସିତ

ଉଜ୍ଜଳ ଜହ୍ନ ରାତି

ତୁମେ ମନର ଆନନ୍ଦ ଲହରୀ

କୋମଳ ମଧୁର ଗୀତି।


ଆଙ୍କି ଦେଇ ଅଛ ଜୀବନରେ ମୋର

କେତେ ନୂଆ ନୂଆ ଛବି

ବଦଳି ଯାଇଛି ଜୀବନର ରଙ୍ଗ

ତୁମ କଥା ଭାବି ଭାବି।

ତୁମ ସଂଗେ ମିତ ବସିଛି ଯେ ଦିନୁ

ସମୟ ଯାଇଛି ବିତି।


ବିଛାଇ ଦେଇଛ ଆଶାର କୁସୁମ

ଜୀବନର ପଥ ପରେ

ଯାହା ପାଇଁ ଆଜି ସବୁ ଥାଇ ମଧ୍ୟ

ଖୋଜୁଛି ଥାଇ ବି ଦୂରେ 

ନୂତନ ବରଷେ ନୂତନ ଶୁଭେଛା

ନୂଆ ନୂଆ ଅନୁଭୂତି

ଚାଲୁଛି ଚାଲିବ ଏଇ ନିଶିଗନ୍ଧ। 

ମନରେ ମଧୁର ଗୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance