STORYMIRROR

Jayashree Nanda

Abstract Romance

3  

Jayashree Nanda

Abstract Romance

ସ୍ପନ୍ଦନ

ସ୍ପନ୍ଦନ

1 min
196

ଏବେ ବି ବଞ୍ଚିଛି ମୁଁ,

ତୁମ ସ୍ମୃତି ତିରେ

ତୁମକୁ ତଉଲୁ ଥାଏ , ସବୁ ପରିସ୍ଥିତି

ଅପରିସ୍ଥିତି ରେ

ସୁଖ ବେଳେ ନୁହଁ ଯେତେ, ଦୁଃଖ ବେଳେ ସେତେ !!

ଅଚାନକ ତୁମେ ମୋତେ ଖୁବ୍ ନିଜର ଲାଗ

କହିଯାଏ ମୋ ମନ ର ଅକୁହା ସ୍ପନ୍ଦନ!!

ସଂସାର ଝାଞ୍ଜି ଭିତରେ , ତୁମେ ଏକା ଚନ୍ଦନ

ମୁଁ ଜାଣେ, ତୁମେ ଏକ ମିଛ ସମ୍ଭାବନା!

ତଥାପି ମୋ ଚା ' ର ପ୍ରଥମ ଢୋକ ରେ

ତୁମ ସ୍ମୃତି ର ଅବାଧ ପ୍ରବେଶ 

ନା ' ତାକୁ ମୁଁ ରୋକି ପାରେ,

ନା ତାକୁ ଢ଼ୋକି ପାରେ ,

କେବଳ ମୋ ନିଃଶ୍ୱାସ ରେ 

ମୋ ସ୍ପନ୍ଦନ କୁ ତୁମ ପାଖ କୁ ପଠେଇ ଦିଏ ।



Rate this content
Log in

Similar oriya poem from Abstract