STORYMIRROR

Jayashree Nanda

Classics Fantasy Children

4  

Jayashree Nanda

Classics Fantasy Children

ଖ୍ରୀଷ୍ଟମାସ କେକ

ଖ୍ରୀଷ୍ଟମାସ କେକ

1 min
373

ସବୁ ବର୍ଷ ତୁମେ ବଡଦିନ ଛୁଟି ରେ ଘର କୁ ଯାଅ ଓ ଆସିଲା ବେଳେ ଏତେ ବଡ କେକ ନେ଼ଇ କୁ ଆସ, ମୁଁ ତାକୁ ସବୁଠି ଅଧିକା ଖାଇ ଖୁବ୍ ଖୁସି ହୁଏ, ମୁଁ ତୁମ କୁ ପଚାରେ ତୁମେ କେମିତି ବଜାର ଠୁଁ ବି ସୁଆଦିଆ କରିପାର। ସେ କହେ ମୋ ବାପା ଠୁଁ ଆରମ୍ଭ କରି ଆମେ ସମସ୍ତେ ଏହାକୁ କରୁ। ମୁଁ ଚକିତ ହୋଇ ତାକୁ ଦେଖେ, ତା ପରେ ତାକୁ ଟିକେ ଗେଲ କରି ଧନ୍ୟବାଦ ବି ଦିଏ। ଥରେ ସେ ମନ ଖରାପ କରି ଘର କୁ ଗଲାନି, ଆମେ ତା ପାଇଁ ପାର୍ଟି ପ୍ଲାନ୍ କଲୁ। ବିଚାରି!! ଯାହା ହେଲେବି ସେ ଆମ ରୁମ ମେଟ୍ ନା। ସେ ମୋତେ ଖୁବ୍ ଭଲ ଲାଗୁଥିଲେ, ସେ ଚୁପ୍ ଚାପ୍, ଶାନ୍ତ ସବୁବେଳେ, ଖଣ୍ଡି ଓଡ଼ିଆ କଥା ଖୁବ୍ ମଜା ଲାଗୁଥାଏ ମୋତେ, ସେ ଇଂରାଜି ମେଡିଅମ୍ ଓ ଆମେ ସମସ୍ତେ ଓଡ଼ିଆ ମେଡ଼ିଅମ୍!! କେଜାଣି କାହିଁକି ତା ର ମଧୁର ବ୍ୟବହାର ମୋ ମନ କୁ ଛୁଇଁ ଥିଲା। ସେ ପାର୍ଟି ରେ ମୋ ପାଇଁ ଆଣିଥିବା ନୀଳ ରଙ୍ଗ ର ଶାଢ଼ୀ ତାକୁ ପିନ୍ଧିବାକୁ ଦେଇଥିଲି ଓ ସେ ଖୁସି ହୋଇଯାଇ ଥିଲା ।ଏବେ ଆମେ ସମସ୍ତେ ଅଲଗା, ଆମ କଲେଜ ସଂସାର ଭିତରୁ ବାହାରି ଆମେ ନିଜ ପିଲା ଛୁଆ ଜଞ୍ଜଲ୍ ରେ ମୁଁ ତାକୁ ସାଇତି ରଖିଚି। ସବୁ ବେଳେ ଏବେ ବି ତା ପରି cake ତିଆରି କରିବା ପାଇଁ ଚେଷ୍ଠା କରେ। ମୋ ଭିତରେ କିଛି କିଛି ଜୀବନ ଭରିଚି, ଯାହା ପାଇଁ ମୁଁ ଆଜି ବି ତାର ମୋର ବନ୍ଧୁତା କୁ ନୈତିକ ଗପ ପରି ମୋ ପିଲା ମାନକୁ କେକ୍ ଖୁଆଇଲା ବେଳେ ନିଶ୍ଚୟ ସୁନାଉଚି।

ସତରେ ତା ପରି ବନ୍ଧୁ ଟିଏ ସମସ୍ତ ଙ୍କ ର ରହିବା ଦରକାର, ନ ହେଲେ ବଡ ଦିନ ରେ କେକ୍ ନିଜେ କରି ସମସ୍ତ ଙ୍କୁ ଖୁଆଇବା ର ମଜା କେମିତି ଆସନ୍ତା ଯେ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics