STORYMIRROR

Jayashree Nanda

Children Stories Classics Children

3  

Jayashree Nanda

Children Stories Classics Children

ଶିଶୁ ଦିବସ!!

ଶିଶୁ ଦିବସ!!

1 min
147


ଘର ଚାଳ ରୁ ସୂର୍ଯ୍ୟ କିରଣ ରେ

ଏକ୍ସପେରିମେଣ୍ଟ୍ ଠୁଁ ଆରମ୍ଭ କରି ,

ଅଗାଧୁ ଚରଣ ପେଣ୍ଠେଇ କଥା ରୁ

ତୋରାଣି ପିଇବା ପର୍ଯ୍ୟନ୍ତ .. 

ହୁଣ୍ଡି ରୁ ଚୁମକି, କେତେ ମିଛ ରାଗ ଓ ଅଭିମାନ, 

ତୁମ କେତେ ଗୀତ ସ୍ୱର,କେତେ ମୋ ଲମ୍ବା ଥିଲା

ମୋ ପାଇଁ ତୁମ ଅଭିଯୋଗ ..

କେତେ ସ୍ଵପ୍ନ ,କେତେ ଲକ୍ଷ,

ଜିତି ଥିବା କେତେ କ୍ଷଣ, ହାରି ଥିବା କେତେ କୋହ,

କୋଟି କୋଟି ମୂଲ୍ୟ ର ତୁମର ମୋ ପାଇଁ ଲୁହ...

ସବୁ କୁ କ୍ଷମା କରି, ପୁଣି ଥରେ ଆପଣା କରି,

ତୁମେ ମୋ ପିଲାଦିନ ଏବେ ବି ସତେଜ କରି ରଖିଛ!!

କୃତଜ୍ଞତା ତୁମକୁ,

କେମିତି ମୋତେ ତୁମେ ଏବେ ବି ଶିଶୁ ପରି ଦେଖିଛ, 

ଆଜି ତୁମେ ଥରେ ,

ତୁମେ ସେହି ସମୟ କୁ ଫେରିଯାଅ,

ଯେଉଁ ଥିରେ ତୁମେ ଆଉ ଥରେ ମୋ ସାଥିରେ ଲୁଚା ଛପା ଖେଳ ଖେଳିବା !

 କଥା ଦେଉଚି ,

ଏଥର ମୁଁ ତୁମ କୁ ଜିତାଇ ଦେବି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍