STORYMIRROR

Jayashree Nanda

Classics Inspirational Others

3  

Jayashree Nanda

Classics Inspirational Others

ଧନୁ ସଂକ୍ରାନ୍ତି ରୁ ମକର

ଧନୁ ସଂକ୍ରାନ୍ତି ରୁ ମକର

1 min
135

ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ଯାଏଁ,ସୂର୍ଯ୍ୟ ଙ୍କ ରଥ ସଜାଡ଼ିବା ସମୟ!! ଯେ ସକଳ ଶକ୍ତି ଉତ୍ସ ତାଙ୍କୁ ବି ଦରକାର ହୁଏ ଊର୍ଜା।।

ଏହି ସମୟ ରେ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହୁଏ।

ସୂର୍ଯ୍ୟ ଉପନିଷଦ ଅନୁସାରେ ଆକାର ରେ ଯଦି ବର୍ଣ୍ଣନା କରାଯାଏ, ତେବେ ସେ ସୂର୍ଯନାରାୟଣ ସାତ ଘୋଡ଼ା ବିଶିଷ୍ଟ ରଥ ରେ ପରିଭ୍ରମଣ କରନ୍ତି।

ଏବଂ ଅଦୃଶ୍ୟ ରେ ଅଣାକାର ପୂର୍ଣ୍ଣ ଚେତନା ରୂପେ ସମସ୍ତ ପ୍ରାଣୀ, ଉଦ୍ଭିଦ ରେ ଅବସ୍ଥିତ।

ଆତ୍ମା ର ପ୍ରକାଶ ରୂପେ ସଭିଙ୍କ ଠାରେ ବିଦ୍ୟମାନ।

ଏହି ସଂକନ୍ତି ରୁ ମକର ସଂକ୍ରାନ୍ତି ଯାଏଁ ସମଗ୍ର ବିଶ୍ୱର ପାଇଁ କଠିନ ସମୟ ରହେ।

ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ଘ୍ୟ ଓ ପୂଜା, ଧ୍ୟାନ କରାଯାଏ।

ଶୀତ ର ପ୍ରବାହ ବୃଦ୍ଧ, ପଶୁ ପକ୍ଷୀ ମାନଙ୍କୁ କଷ୍ଟ ଦିଏ।

ହଜମ ଶକ୍ତି, ପ୍ରାଣ ଶକ୍ତି କମ୍ ହୋଇଯାଏ।

ସୂର୍ଯ୍ୟ ଆଦିତ୍ୟ ମନ୍ତ୍ର ରେ ଧ୍ୟାନ କରିବା ଦ୍ଵାରା କୋଟି ସୂର୍ଯ୍ୟ ପ୍ରକାଶ ନିଜ ର ଆତ୍ମା ଜ୍ଞାନ ବୃଦ୍ଧି ପାଇଥାଏ।

   ସୂର୍ଯ୍ୟ ପୁତ୍ର କର୍ଣ୍ଣ ଙ୍କ ସାହସ ସମସ୍ତ ଙ୍କୁ ଜଣା।

ପ୍ରଭୁ ଶ୍ରୀ ରାମ ସୂର୍ଯୟନାରାୟଣ ଙ୍କୁ ଉପାସନା କରି ସବୁଥିରେ ବିଜୟ ଲାଭ କରିଛନ୍ତି।

ବୀର ହନୁମାନ ସୂର୍ଯ୍ୟ ନମସ୍କାର କରି ଅସମ୍ଭବ ଶକ୍ତି ,ଦକ୍ଷତା ଓ ସିଦ୍ଧି ପ୍ରାପ୍ତ କରିଛନ୍ତି।

ଆମର ପୁର୍ବ ପୁରୁଷ ମାନେ ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ, ସୂର୍ଯ୍ୟ ନମସ୍କାର କରି ନିଜର ଜ୍ଞାନ, ପ୍ରତିଷ୍ଠା, ଚର୍ମ, ଅସ୍ଥି ତଥା ଦୃଷ୍ଟି ଶକ୍ତି କୁ ପୋଷଣ ଦେଉଥିଲେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ଙ୍କ ମହିମା ଆଜି ବି ଆମ ଇତିହାସ ବର୍ଣନା କରୁଛି।

ସୂର୍ଯ୍ୟ ଉପନିଷଦ ଅନୁସାରେ ସୂର୍ଯ୍ୟ ବ୍ରହ୍ମା, ବିଷ୍ଣୁ ଓ ରୁଦ୍ର ଙ୍କ ସମ୍ମଲିତ ଶକ୍ତି ପିଣ୍ଡ ଓ ସେଠାରୁ ଚାରି ବେଦ ର ଉପନ୍ନ!! ପଞ୍ଚ ତତ୍ତ୍ଵ ର ସମତାଳ ରଖିବାର ଉତ୍ସ। 

ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର, ଓ ସୂର୍ଯ୍ୟ ନାରୟଣ ଙ୍କ ସମସ୍ତ ମନ୍ତ୍ର, ସ୍ତୋତ୍ର ସମୂହ ଆଜିକାଲି ଯୁଗ ର pendrive

ଯେଉଁ ଠାରେ cosmic ଦିବ୍ୟ ଜ୍ଞାନ download ହୋଇ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics