STORYMIRROR

Jayashree Nanda

Classics Inspirational Others

4  

Jayashree Nanda

Classics Inspirational Others

ଆଠ ବଚନ

ଆଠ ବଚନ

1 min
396

ସାତ ବଚନ ରେ 

ଲେଖା ଥିଲା ତୁମ ସାଥୀ ରେ 

ବଞ୍ଚିବା ପାଇଁ ସର୍ତ୍ତ ସବୁ

ବନ୍ଧୁ ହେଇ ରହିବା,

ତୁମେ ମୋର ସବୁ ଦୋଷ 

କ୍ଷମା କରିବ,

ତୁମେ ସୁଖ ଦୁଃଖ ରେ

ମୁଁ ଓ ମୋ ସୁଖ ଦୁଃଖ ରେ

ତୁମେ ଥିବ,

ଆମେ ପିଲା, ସଂସାର ଓ

ସମାଜ ର ଯତ୍ନ ନେବା,

ଆମ ର ମନ, ଶରୀର ଓ ଆତ୍ମା

ମିଳନ ହେବ ଓ ଆମେ 

ଦୁହେଁ ପରିପୂରକ ରହିବା, 

କିନ୍ତୁ କେଉଁଠି ବି 

ଲେଖା ହେଲାନି...

ତୁମେ ରାଗି କି ଯଦି 

ମୋତେ କଷ୍ଟ ଦେଇ, କେବେ

ଘରୁ ବାହାର କରିଦେବ

ତେବେ ??

କେବେ ଯଦି ହାତ ଉଠାଇ ଦେବ

ତେବେ??

ମୁଁ ଦେଉଛି ତୁମକୁ

ଆଉ ଏକ ବଚନ...

ମୁଁ ତୁମ ଏହି ପାପ କୁ 

ପୁଣ୍ୟ ରେ ବଦଳାଇ ବା ଚେଷ୍ଟା

କରିବି ଓ ମା ଲକ୍ଷ୍ମୀ ସାଆନ୍ତ।ଣି

ଙ୍କ ପରି ଧୋର୍ଯ୍ୟ ଓ ସାହସ ର

ଭାଗ୍ୟ ସହ ଲଢି ପୁଣି ଥରେ 

ଆମ ସଂସାର ଗଢ଼ିବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics