STORYMIRROR

Jayashree Nanda

Romance

3  

Jayashree Nanda

Romance

ଫାଲତୁ ପ୍ରେମ ନା କଣ!!

ଫାଲତୁ ପ୍ରେମ ନା କଣ!!

1 min
162

ତୁମେ କଣ ଭାବୁଛ 

ତୁମ କଥାକୁ ମୁଁ ହସି କି ବାଆଁରେଇ ଦେଉଛି ବୋଲି

ତୁମେ ଭାବୁଛ ମୁଁ ଖୁସି ହେଉଛି??

ଯଦି ତୁମେ ବୁଝି ପାରିଥାନ୍ତ ପୁରୁଣା କଷ୍ଟ କଥା

ଏବେ ବି ଛାତି ଚିରିପାରେ ବେଶି ଗଭୀର ଭାବରେ

ତେବେ ହୁଏତ ତୁମେ ସେମିତି କହିନଥାନ୍ତ !!

ତୁମେ ଯଦି ଭୁଲି ନ ସେ ଦିନ  

ଯାହା ଆମେ ଅଧା ଅଧା ବଞ୍ଚି 

ଆୟୁଷ ତିମିର ଭିତରେ ବୟସ ସାରିଛେ!!

କେମିତି ବା ମୁଁ ଭୁଲିଯିବି !! 


ମୋ ପାଖରେ ହସ ଛାଡ଼ି ସଠିକ ଉତ୍ତର ଥାଏ  

ତୁମକୁ ବାଧିଲା ପରି ଯୁକ୍ତି ବି ଥାଏ 

କିନ୍ତୁ ମୁଁ ପରା ତୁମକୁ ମୋ ଠୁଁ ଅଧିକ ଭଲ ପାଏ 

ସେଇଥି ପାଇଁ ତ ତୁମ କଣ୍ଟା ଶବ୍ଦକୁ ଭୁଲି 

ଗୋଲାପି ପାଖୁଡ଼ା ହୃଦୟକୁ ସାଉଁଟି ରଖୁଛି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance