Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Nanda

Abstract Drama Romance

3  

Jayashree Nanda

Abstract Drama Romance

ଦଗା ଦିଆ ସମୟ!!

ଦଗା ଦିଆ ସମୟ!!

1 min
129


ତୁମେ ଟିକେ ଧୀରେ ଚାଲ ସମୟ!!

କାଳେ ମୋ ସହିତ ତୋର ଟିକେ ଦେଖା ହେବ!!

ମୋର ସବୁ ତକ ସମୟ ଯେ

ବାଣ୍ଟି କୁଣ୍ଟୀ ନେଇ ଯାନ୍ତି ସମସ୍ତେ,

ସଂସାର,ସମସ୍ୟା ,ପିଲା ,ଛୁଆ 

ରୋଷେଇ , ପୂଜା ଘର , ଏମିତି କି 

ଭୁଲି ଯାଏ ମୁଁ ନିଜକୁ ଘର ଅଳନ୍ଧୁ ଭିତରେ!!

ବାସନ, କପଡା , ପିଲା ଙ୍କ ସକାଳ ଟିଫିନ୍ ବାକ୍ସ

କେଉଁଥିରେ କିଛି କମ୍ ନ ହେଉ...

କିନ୍ତୁ ତୁମ ପାଇଁ , ପରେ କେବେ ...

ଏମିତି ଭାବୁ ଭାବୁ ବର୍ଷ ବିତିଯାଏ,

ମଥା ରେ ନୂଆ କରି ଧଳା ଚୁଟି ଟେ

ମନେ ପକେଇ ଦିଏ, ତୁମ କଥା

ସମୟ ସରି ଆସୁଛି, ଏବେ ତ ଟିକେ

ସମୟ ଦିଅ!!

ମୁଁ ହସି ଦେଇ ବାଉଁରେ଼ଇ ଦିଏ!!

ମିଛ!! ଏ ପରା ଦୂଷିତ ବାୟମଣ୍ଡଳର ପ୍ରଭାବ!!

ମୁଁହ ଶୁଖାଇ ତୁମେ ପୁଣି ଥରେ ଅଦୃଶ୍ୟ 

ହେଇ ଯାଅ !!

ତୁମ କୁ ହିଁ ଦୋଷ ଦିଏ , ବିଶ୍ରାମ ନେବା ବେଳେ,

ଦୀର୍ଘ ଶ୍ଵାସ ନେଲା ବେଳେ, ଚା' ର ବାସ୍ନା ନେଲା

ବେଳେ କଦ୍ ବାଏ ତୁମେ ଝଲସି ଯାଅ, ମୋ ଆଖି

ସାମ୍ନା ରେ!!

ସମୟ ଟେ ମାଗୁଛି, ଏବେ ମୁଁ ତୁମ ପାଇଁ

ଏବେ ସେ ଗର୍ବ ରେ , କହୁଚି ଯା

ଆହୁରି କାମ କର, କର୍ତ୍ତବ୍ୟ କର!

ସବୁ ଉଡ଼ିଯିବେ ତାଙ୍କ ବାଟ ରେ,

ତୁ କିନ୍ତୁ ବସିଥିବୁ ମୋ ଅପେକ୍ଷା ରେ !



Rate this content
Log in

Similar oriya poem from Abstract