Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sita Nayak

Abstract Romance Others

3  

Sita Nayak

Abstract Romance Others

ତୁମକୁ ସ୍ବାଗତ

ତୁମକୁ ସ୍ବାଗତ

1 min
25



ଯଦି ତୁମେ ପ୍ରେମର ଆଳାପ

ଭାବନାର ଗଳପକୁ ପ୍ରଶ୍ରୟ ଦିଅ

ତାହେଲେ ତୁମକୁ ସ୍ଵାଗତ;

ଯଦି ନ କହି ବି ବୁଝିନବ 

କୋହ ସହ କିଛି ଲୁହ

ତାହେଲେ ତୁମକୁ ସ୍ଵାଗତ

ଯଦି ନଥିବ ଅର୍ଥ ଲୋଭ

ଶାରୀରିକ ମୋନୋଭାବ

ତାହେଲେ ତୁମକୁ ସ୍ଵାଗତ;

ଯଦି ଦୁଖେ ମୋର ତୁମେ ଦୁଖୀ 

ତୁମ ସମୟ ମୋ ନାମେ ଲେଖି

ତାହେଲେ ତୁମକୁ ସ୍ଵାଗତ;

ଯଦି ମିଛ ସବୁ ଦୂରେ ରଖି

ସତ ସବୁ ଦେବ ଲେଖି

ତାହେଲେ ତୁମକୁ ସ୍ଵାଗତ;

ହଁ ତୁମକୁ ସ୍ଵାଗତ

ଏତେ ଯଦି ଚାହେଁ ତୁମଠୁ 

ନିହାତି ଭରସା ରଖ ମୋ ଠୁ 

ସୁନ୍ଦର ସ୍ୱପ୍ନ ଗଢ଼ିବା ଦୁହେଁ ମିଶି

ଚାଲ ଆଗକୁ ବଢିବା ହସି ହସି ।



Rate this content
Log in

Similar oriya poem from Abstract