ଵୋଝ
ଵୋଝ
ତୁମ କୋଳେ ଯେଵେ ନେଲି ଜନମ
ଭାବିଥିଲ ଫିକା ହେଵ ସଵୁ କଷଣ
ଝିଅ ହେଵା ଜାଣି ଆଶା ତ ତୁମ
ଆଶାରେ ରହିଲା
ମନ ଗୋଲାପ ଫିକା ପଡିଲା।
ଝିଅଟିଏ ଵୋଲି ତମେ କଲ ଅନାଦର
ଵୋଧ ଭାବି ଫେରାଇ ନେଲ ମୁହଁ
ଏନ୍ତୁଡିଶାଳରୁ କଲ ମୋତେ ପ୍ରତିଵାଦ
ଥରୁଟିଏ ହେଲେ କୋଳେ
କରିଲନି ଧାରଣ।
ନିରଵତାର କରାଘାତେ ଆଉ ଶୁଭିଲାନି
କୁଆଁ କୁଆଁ ରାଵ
ସ୍ନେହ ପାଇବାକୁ ହେଲି କାଙ୍ଗାଳ
ନ ଭାବି ବୋଝଟିଏ ମତେ
ତୁମେ ଥରୁଟିଏ କୋଳେଇ ନିଅ।
ଦେଖିବ ମୁଁ ବୋଝ ନୁହେଁ
ତୁମ ରକ୍ତରେ ଗଢା ଝିଅଟିଏ
ଦେଖିବ ଦିନେ ଶହେ ପୁଅ ସହ
ହୋଇ ସମାନ
ରଖିଵି ଦିନେ ତୁମର ଟେକ।
ଝିଅଟିଏ ଵୋଲି ସିନା ମୁହଁ ଫେରାଉଛ
ଦେଖିବ ତୁମ ଝିଅ ତୁମର ମଥା କରିବ ଉଚ୍ଚ
କଥା ଦେଉଛି ତୁମକୁ କେଵେ
କରିଵିନି ନିରାଶ
ଛାଡିଦିଅ ସଵୁ ଅଭିମାନ।
ବୋଝ ନ ଭାଵି
ମତେ ଥରେ କୋଳେ କର ଧାରଣ
ଦେଖିବ ତୁମ ସ୍ପର୍ଶ ପାଇ
ଲଭିଵି ଦିବ୍ୟ ଆନନ୍ଦ
ଵୋଧ ନ ଭାଵି ଝିଅଟିଏ ଭାଵି
ସଵୁ ଅଭିମାନ ଛାଡିଦିଅ।
