ତରୁଣ
ତରୁଣ
ଚପଳାମି ବୟସ ଏ ତରୁଣ ଵୟସ
ଅଝଟ ସୁଲଭ ପ୍ରାଣ
ଫୁଲରୁ କୋମଳ ନୀରବ ଜୀଵନ
ପୁଣି କେଵେ ଭାରି କୋଠର ।
ଦୁଃଖ ରେ ପାଏ ଶୋକ
କେଵେ ଯନ୍ତ୍ରଣା ଵିଧୁରା ପ୍ରାଣ ତାର
ଆଙ୍କିଦିଏ ମଧୁର ପରଶ
ପ୍ରେମ ପ୍ରୀତିର ଭରିଯାଏ ତା ତନୁମନ।
ସତେଜ ପାଖୁଡା ଗୋଲାପ ପରି ଏ ତରୁଣ ଵୟସ
ଖେଳାଏ ସବୁଠି ପ୍ରିତି ଫୁଲର ମହକ!!
ସାଗରୁ ମୁକ୍ତା ଉନ୍ଧାର ପରି
ତରୁଣ ରୁ ପରିଚୟ ହୁଏ ଜାଣି।
ଜୀଵନରେ ଜିଇଁବାର ଲକ୍ଷ୍ୟ ରଖି
ଚିନ୍ତା ଓ ଚେତନାକୁ ଉର୍ଦ୍ଧ୍ଵଗାମୀ କରି
ଆଗକୁ ଯିଏ ଚାଲେ ସଂକଳ୍ପ ବନ୍ଧ ହୋଇ
ଆନନ୍ଦେ ଭରେ ଜୀଵନ ତାହାରି।
ତରୁଣ ବୟସରେ ଆସେ କେତେ ଘାତ ପ୍ରତିଘାତ
ଯିଏ ପାରେ ଡେଇଁ ଧର୍ଯ୍ୟର ଵାଡ
ସେ ହିଁ ଏକା ସ୍ବପ୍ନ ର ସୌଧ ନିର୍ମାଣ କରି
ଉଚିତ ମାର୍ଗକୁ ହୁଅଇ ଅନୁସରଣ ।
ପରିସ୍ଥିତି ଏଠି ମାନେନି ଵୋଲ
ନିଜ ଇଛା ହିଁ ଏଠି ଅଦ୍ୟମ ସାହାସ
ଏ ଦୁନିଆଟା ଏଠି ରଙ୍ଗମଞ୍ଚ
ସମୟ ସାଥେ ଗଡି ଚାଲେ ଵୟସ
ସେହି ତରୁଣ ଦିନେ ଚଢେ ସିଢି ଵାର୍ଦ୍ଧକ୍ୟର ।
ତରୁଣ ଵୟସ ଭାରି ସୁକୁମାର !
ଚାଲିଵାକୁ ହୁଏ ଏଠି ସର୍ଵଦା କରି ଚିନ୍ତନ
ଇଶ୍ବର ସୃଷ୍ଟିର ଏ ଏକ ପରୀକ୍ଷାର ସମୟ
ଯିଏ ଅତିକ୍ରମ କରେ ଉଚିତ ମାର୍ଗ
ସେହି ସିନା ଲଭଇ ଦିଵ୍ୟଜ୍ଞାନ ।
କେତେ ଯାଏ କେତେ ଆସେ ରହେନି ହିସାବ
କର୍ତ୍ତଵ୍ୟ ଓ କର୍ମକୁ କରି ଆପଣାର
ଜିଇ ଚାଲଲିଲେ ଜୀଵନ ହୁଅଇ ସରଳ
ମିଳିଯାଏ ସମସ୍ତ ଉତ୍ତମ ଫଳ ।