STORYMIRROR

Tejaswini Sanal

Others

4  

Tejaswini Sanal

Others

ତାରା

ତାରା

1 min
239

ଆକାଶର ସେଇ ତାରାମାନେ

କାଇଁ କତେ ଦୂରରେ

ଆଖିପାଏନି ତଥାପି ଚକଚକ କରେ

ମନର ସଵୁ ପ୍ରଶ୍ନର ଉତ୍ତର ଖୋଜିଵା ଵେଳେ

ଯେମିତି ଏ ତାରାମାନେ ସଜାଗ ହୋଇଯାନ୍ତି। 


ଏ ତାହାହିଁ ତ ମୂକସାକ୍ଷୀ 

ଆମ ପ୍ରଣୟର

ଛାଇ ଆଲୁଅର ଖେଳରେ

ତମେ ହଜିଗଲ କେଉଁ ଅନତି ଦୂରରେ

ଆଖି ପାଉନି ପଥ ସୂଚନା ଖୋଜି ଖୋଜି। 


ତମେ ଦେଖିବ ଦିନେ

ଏଇ ତାରା ମାନଙ୍କ ଗହଣରେ ମତେ ପାଇଵ 

ସେଠୁ ମୋ ଉତ୍ତର ସ୍ପଷ୍ଟ ଶୁଭୁଥିଵ

ତମେ ସିନା ହଜିଗଲା ଅଜଣା ଵାଟରେ

ହେଲେ ତମ ପଥର ସାଥି ପାଇଁ 

ମୁଁ ପାରିଲିନି ହୋଇ ନିଜର। 


ଏ ପାହାନ୍ତି ତାରିଖରେ ତମେ

 ନଜର ପୁରାଇ ଦେଖିଵ

ମୋ ପ୍ରେମ କାଲି ଭଳି ସତେଜ ଅଛି

ଖାଲି ଫରକ ଏତିକି ତୁମ ପାଇଁ 

ଆଜି ତାରା ମେଳେ ତାରା ହୋଇଛି। 


ତଥାପି ହଜିନି

କି ଯାଇନି

ତମ ପ୍ରତି ପ୍ରେମ ଫଗୁଣ

ପ୍ରୀତିର ପିଆଲା ଧରି

ସେହିଠାରେ ଵି କରିଥିବା ଅପେକ୍ଷା। 



Rate this content
Log in