STORYMIRROR

Tejaswini Sanal

Others

4  

Tejaswini Sanal

Others

ତାରା

ତାରା

1 min
245

ଆକାଶର ସେଇ ତାରାମାନେ

କାଇଁ କତେ ଦୂରରେ

ଆଖିପାଏନି ତଥାପି ଚକଚକ କରେ

ମନର ସଵୁ ପ୍ରଶ୍ନର ଉତ୍ତର ଖୋଜିଵା ଵେଳେ

ଯେମିତି ଏ ତାରାମାନେ ସଜାଗ ହୋଇଯାନ୍ତି। 


ଏ ତାହାହିଁ ତ ମୂକସାକ୍ଷୀ 

ଆମ ପ୍ରଣୟର

ଛାଇ ଆଲୁଅର ଖେଳରେ

ତମେ ହଜିଗଲ କେଉଁ ଅନତି ଦୂରରେ

ଆଖି ପାଉନି ପଥ ସୂଚନା ଖୋଜି ଖୋଜି। 


ତମେ ଦେଖିବ ଦିନେ

ଏଇ ତାରା ମାନଙ୍କ ଗହଣରେ ମତେ ପାଇଵ 

ସେଠୁ ମୋ ଉତ୍ତର ସ୍ପଷ୍ଟ ଶୁଭୁଥିଵ

ତମେ ସିନା ହଜିଗଲା ଅଜଣା ଵାଟରେ

ହେଲେ ତମ ପଥର ସାଥି ପାଇଁ 

ମୁଁ ପାରିଲିନି ହୋଇ ନିଜର। 


ଏ ପାହାନ୍ତି ତାରିଖରେ ତମେ

 ନଜର ପୁରାଇ ଦେଖିଵ

ମୋ ପ୍ରେମ କାଲି ଭଳି ସତେଜ ଅଛି

ଖାଲି ଫରକ ଏତିକି ତୁମ ପାଇଁ 

ଆଜି ତାରା ମେଳେ ତାରା ହୋଇଛି। 


ତଥାପି ହଜିନି

କି ଯାଇନି

ତମ ପ୍ରତି ପ୍ରେମ ଫଗୁଣ

ପ୍ରୀତିର ପିଆଲା ଧରି

ସେହିଠାରେ ଵି କରିଥିବା ଅପେକ୍ଷା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ