STORYMIRROR

Tejaswini Sanal

Others

3  

Tejaswini Sanal

Others

ନାରୀ

ନାରୀ

1 min
177


ନାରୀଟିଏ ଜନ୍ମ ହୁଏ

ଏକ ଅମୃତର ଶିଶୁ ହୋଇ

ଅସ୍ତିତ୍ଵ ହୀନ କୋଷଟିଏ

ଜୀବନ୍ୟାସ ପାଏ

ଜନନୀ ଅକ୍ଷୟ ଦେହରୁ। 


ସେଇ ନାରୀର ଗର୍ଭଗୃହରୁ 

ପ୍ରାଣଵିନ୍ଦୁର ଵିକାଶ ହୁଏ

କେଉଁ ଅମାପ ଉଦାରତାରେ

ବିରଳ ଵଦ୍ୟାନତା ମନରେ

ଅସଂଖ୍ୟ ସ୍ବପ୍ନ ଵୁଣି ହୋଇଯାଏ। 


ଅପୂର୍ବ ଜହ୍ନଫୁଲରେ 

ମଣ୍ଡିତ ହୋଇଯାଏ ସାରାଦେହ

ନାରୀ ମା ଟିଏ ସାଜିଯାଏ

ଓହ୍ଲାଇ ଆଣେ ଏ ମାଟିକୁ

ଆଉ ଏକ ପ୍ରେମମୟ ନିଷ୍ପାପ ଶିଶୁକୁ। 


କୋଟି ଜନ୍ମର ପୁଣ୍ୟ ବଳରେ 

ଵିଶ୍ଵଵ୍ରହ୍ମାଣ୍ଡକୁ ମଣ୍ଡନ କରେ

ସେ ମା ଯୋଶଦାଙ୍କ ମୃଣ୍ମୟ ପ୍ରତିମା 

ତ ପୁଣି ମଦର ମେରୀଙ୍କ ପରି

ସ୍ନେହ ଦିଏ ଅଜାଡି। 


ନାରୀ ମାତୃତ୍ବର ଅପରୂପା ଦେଵୀ

ଲୁହଭିଜା ପଣତ ତାର

ଆଉଜାଇ ନିଏ

ସନ୍ତାନର ସଵୁ ଚଗଲାମି 

ସବୁତକ ଦୁଃଖ ଓ କ୍ଲେଶ ଗ୍ଲାନି। 


କୋମଳ ଗାଲିଚା ଭଳି 

ସ୍ନେହର ଚାଦର ଦିଏ ବିଛାଇ

ସନ୍ତାନରମଙ୍ଗଳ ପାଇଁ 

ଦିଵାନିଶି ପ୍ରଭୁଙ୍କ ଚରଣେ

ମଙ୍ଗଳ ପ୍ରଦୀପ ଦିଏ ଜାଳି। 


ମାତୃତ୍ବର ଉଜ୍ଜଳ ଆଭାରେ 

ଉଭାସିତା ନାରୀ 

କିଏ କହେ ତାକୁ ପତିତା

କିଏ କହେ ମା ଜନନୀ ଚିରନ୍ତନୀ

ସମାଜର ଵଡ ଆଖି ତଳେ ଆଜିଵି ସେ ନଜର ଵନ୍ଦୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ