STORYMIRROR

Tejaswini Sanal

Abstract

3  

Tejaswini Sanal

Abstract

ନାରୀ

ନାରୀ

2 mins
206


ନାରୀ,

ଛୋଟିଆ ଶବ୍ଦ ହେଲେ ଵି କେଡେ ସେ ବିରାଟ !

ମହକାଇ ଦିଏ ସଵୁଠି ହସର ଫୁଲ ସମସ୍ତ କୋଳାହଳ ଭିତରେ ଥାଏ ସେ ସ୍ତଵ୍ଧଶିଖା ପରି ଜଳିଚାଲେ ସାକ୍ଷୀ ଯୁଗ ଯୁଗ ଇତିହାସ ଶତାବ୍ଦୀର ଶ୍ରେଷ୍ଠ ଫୁଲ ପରି ଥାଏ ସଦା ମୁକୁଳିତ। 


ନାରୀ,

ଅଟେ ସୁହାଗିନି !! ନୁହେଁ ଦାସୀ ଅଵା ନୁହେଁ ଅଭାଗିନୀ   ଅଟେ ସେ ଦ୍ଵୀପ ପ୍ରଜ୍ଜ୍ଵଳିତ ଶିଖା ପରି,ଏକ ରକ୍ତାଭ କଣ୍ଟକିତ ଗୋଲାପ ପରିଯାହା ଟିକିଏ ଅପନ୍ଵିତ ହେଲେ ଉଠିଯାଏ ତେଜି ।


 ନାରୀ , ତା ଧର୍ମ ନୁହେଁ ସଵୁ ଦୁଃଖ କୁ   ନିଃଦ୍ଵନ୍ଦରେ ସହିଯିଵ ମଥାପାତିଧର୍ମ ନୁହେଁ ନରରୂପି ରାକ୍ଷାସଙ୍କ ହେବାକୁ ଶିକାରିସେଇ ନାରୀ ଯିଏ ଅନ୍ଧାରକୁ ଲଢିନିଜ ମଥା ଦିଏ ଟେକି।


ନାରୀମଦର ଟେରେସା ପରି ସ୍ନେହ କରେ ଜାଣିଦୌପ୍ରଦି ପରି ପ୍ରତିଶୋଧ ନିଏ ଜାଣିସେ ନୁହେଁ ଅବଳା କି ଦୁର୍ବଳାନାରୀ ଏକ ଲକ୍ଷ୍ମୀ !!!ନାରୀ ମମତାମୟୀ, ଜାୟା ଭଗିନୀନାରୀ ଅଟେ ସର୍ଵ୍ବସଂହା ଓ ପରିପୂର୍ଣ୍ଣା ଧରିତ୍ରୀ ।


ନାରୀ, ଏ କଳୁଷିତ ସମାଜରେନର ରାକ୍ଷସ ମାନଙ୍କ ପାଖେନିଜ ଜୀଵନକୁ ଆହୁତି ଦିଏ ସତ, କିନ୍ତୁ ସେ ଲଢ଼େଇ ଶିଖେଜୀବନର ପଥେ ସେ ସଂଗ୍ରାମ କରେ ।


ସମସ୍ତେ କୁହନ୍ତି ସେ ସୃଷ୍ଟିର ଜନନୀ ,ଆଦ୍ୟା ବନ୍ଦୟିନୀମାତା ଧାତ୍ରୀ , ଧାରାର ଅନ୍ୟ ଏକ ରୂପ!! ଦୁହିତା, ଭଗିନୀସର୍ବ ରୂପେ ସର୍ବ କ୍ଷେତ୍ରର ସ୍ଥିତିବରେଣ୍ୟ ଵନ୍ଦିତା ସେ ନାରୀ ରୂପେ ପରିଚିତା। 


ତା ରୂପକୁ ନେଇ ଅନେକ ଆଲୋଚନା ଇନ୍ଦ୍ରଧନୁ ଵେଶ ଚମ୍ପା କେତକୀ ରଙ୍ଗ ,    

ଗୋଲାପଠୁ ହସହେଲେ ସେ ହିଁ ଜାଣେ

ମନ ତଳେ ତା'ର ଅସଂଖ୍ୟ ଝଡର ଵସାଯେଵେ ଆଖିରେ ଜକେଇ ଆସେ ଲୁହହସିବାକୁ ପଡେ ନିଜ ଇଛା ଵିରୁନ୍ଧରେ ହୋଇ ଉଲ୍ଲାସ। 


ନାରୀଟିଏ ସାଗର ଛାତିରେ କେବେ ପୁଣ ଆକାଶ ଵକ୍ଷରେ ସ୍ବପ୍ନ ଆଙ୍କୁଥାଏ ଵାରଵାରସାଜି ପ୍ରୀତିଭରା ପରୀଟିଏ ହୋଇ ପରି ରାଇଜରନିଜର କାହାର ଆଖିରୁ ଲୁହ ଝରିଲେ,ଵାହୁନି ଉଠେ ତା ଅନ୍ତରଆଉଁସି ଦେଇ ପିଠିରେ ସ୍ବାନ୍ତନାରେ ଵୁଝାଏ ମନ। 


ନାରୀ, କୁଆଡେ ଭରଷାର ଅମୃତ ! ପ୍ରଶାନ୍ତ କୋମଳ ,ସ୍ନେହର ଵିରାଗଶ୍ରନ୍ଧାର ନିକଟ ଓ ଚେତନା ଧାରଣ   ପ୍ରିତି ଝରା ଫଗୁଣ !!! କେଵେ ଭାଷାର ଇଙ୍ଗିତଟିଏ, ଅଝଟ ସୁଲଭ ପ୍ରାଣଟିଏ।


ସଵୁ ଜାଣି ମଧ୍ୟ ତା ସ୍ଵପ୍ନର ସୌଧ ଉପରେ ସମାଜ ରଚିଦିଏ ଜଘନ୍ୟ ଲୀଳାର ତାଣ୍ଡବସେ ମନର ସପନ ଭାରରେ ମେଘର ମହ୍ଲାର ତୋଳିଵା ଵେଳେ,ଋତୁରେ ରଙ୍ଗ ଵୋଳି ରଙ୍ଗ ପ୍ରଜାପତିଟିଏ ସାଜିଵା ଵେଳେହସର ଫଗୁଣ ବଦଳେ, ଭରିଯାଏ   କରୁଣ ଵେଦନାର ସ୍ବର ।


ଅଵାକଭରା ଉଚାରଣେ ଚାହିଁ ଦେଖେକେଉଁ ଏକ ଘେରରେ ଆଵୃତ୍ତ !!!ନ ଥାଏ ମୋ ଅସ୍ତିତ୍ଵ,

ଲଜ୍ଜାର କାରାଖାନାରେ ମିଳେ ଖାଲି    ଭତ୍ସନା ଓ ଯନ୍ତ୍ରଣା  ନିର୍ଗତ ହୁଏ କୋହ ଓ ଚିତ୍କାରର ଧୁଆଁ ।


ଫୁଲ ପାଖୁଡାକୁ କାଟି ଖିନଭିନ କରିଵାରମ୍ଵାର ତାକୁ ଧର୍ଷିତା ସଜାଇ ଏସିଡ ଫିଙ୍ଗି ସୁନ୍ଦର ମୁହଁକୁ ଵିକୃତ କରାଯାଏସଵୁ ସୁଖକୁ ଛଡାଇ ନେଇଯଜ୍ଞ ଘୃତରେ ଆହୁତି ଦିଆଯାଏ ଟିକିଏ ସୁଖ ଦେଵା ଆଳରେ ତା'ର ଶେଷ ସ୍ପୃହାଟିକୁ ଦଳିଚକଟି  ଧ୍ଵଂସ କରି ଦିଆଯାଏ। 


କାମନାର ଦାଵାଗ୍ନି ରେ ହୋଇଯାଏ ଶେଷ ଜଳିଜଳି ପାଲଟେ ନିଶ୍ଵନିହତ ହୋଇ ଦେହ ତାର ହୁଏ ଦାହ!ବିସ୍ତୀର୍ଣ୍ଣ ପ୍ରାନ୍ତରେ ଶୂନ୍ୟତା ଭରା ପଥରେ କରେ ଵିଳାପଇଛା ସବୁ ଚାପି ରଖି ପାଲଟିଯାଏ ନିସ୍ତେଜ! 


ସେଇ ନାରୀ!!! 

ନୀୟତିର ସ୍ପଟିକମାଳ ସାଜି ସାଜି ପାଲଟେ ଵେଗହୀନ ଵିଜୟ ଵୀରମୃତ୍ୟୁ ପରି ତା ଜୀଵନ ଲମ୍ବିଥାଏ ଏକ ସରଳାରେଖା ପରିନୂତନ ସମ୍ଭାବନା ସହଯୋଗରେ କରିଚାଲୁଥାଏ କର୍ତ୍ତବ୍ୟ ପରିଵାର ସୁଖରେ ସୁଖୀ ହୋଇ ଜାଳୁଥିଏ ନିତି ଦୀପ।


ଅସତର୍କ ନଇରେ ନାଆ ପାଲଟେ ଆତ୍ମା ତା'ର ନୁହେଁ ପକ୍ଷୀ ନୁହେଁ ପାଷାଣହସିଚାଲେ ଖାଇ ବିପଦର ବେତ ମାଡଚରମ ମୂହୁର୍ତ୍ତର ଇଛାସବୁ କରିଵାକୁ ପୂର୍ଣ୍ଣ ଆକାଶ ପରି ନିର୍ଵାକ ଓ ନିସ୍ତଵ୍ଧ ନିସ୍ତେଜ ଭୂମିହୀନ ପାଲଟେ ସହନଶୀଳ। 


ନାରୀ, ପଵନର ଧୁଆଁଳିଆ ଇସ୍ତାହାର ପରି ଗତିବେଗଦିଗନ୍ତ ଆବୋରି ସ୍ମୃତିସଵୁ ସଞ୍ଚାରି ଦିଏ ଆୟୁଷ୍କାଳ ବର୍ଷବର୍ଷ ଯାଏ ନାମ ତା'ର ଅକ୍ଷୁର୍ଣ୍ଣ ନାରୀ ଏକ ପରିକଳ୍ପିତ ଅଧ୍ୟାୟ ଯାହା ଗଢ଼ିବା ସହଜ, ଵୁଝିବା ଅସହ୍ୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Sanal

ଶିଶୁ

ଶିଶୁ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ତରୁଣ

ତରୁଣ

1 min ପଢ଼ନ୍ତୁ

ନାରୀ

ନାରୀ

2 mins ପଢ଼ନ୍ତୁ

ତାରା

ତାରା

1 min ପଢ଼ନ୍ତୁ

Similar oriya poem from Abstract