ନାରୀ
ନାରୀ
1 min
195
ସ୍ଵର୍ଗଠାରୁ ଵଡ
ଅଟେ ଜଗତର ସାର
ଜୀଵଦଶା ଯାଏ
ଵିରାଜୁଥାଏ ସଭିଙ୍କ ହୃଦୟ ପ୍ରାଙ୍ଗଣରେ।
ସେ ନାରୀ ଟିଏ
ସାଜି ଭଗିନୀ, ସ୍ତ୍ରୀ ଓ ମା ଟିଏ
ଦୀପାଳୀ ପରି ଜଳିଜଳି
ଦିଏ ଅନ୍ୟକୁ ଆଲୋକ ଦେଖାଇ।
ଦୁଃଖ କଷ୍ଟ ନିଜେ ସହି
ଅନ୍ୟ ଓଠରେ ହସ ଦିଏ ଭରି
ମମତାର ମଧୁର ପିରତି
ଭାବର ଅମିୟ ଧାରା।
ମୁକୁଳା ହୃଦୟେ ଉଛୁଳା ତରଙ୍ଗ
ସେ ଵିଶ୍ଵ ନୟନ ତାରା
ନିଃସ୍ଵାର୍ଥପର ତା ସେଵା
ସୁଝି ହୁଏନାହିଁ ଵୁଝିହୁଏନାହିଁ
ନାରୀର ଜୀଵସତ୍ତ୍ବା।
ମରଣ ଶେଯରେ ଶୋଇ
ସୃଷ୍ଟି କରେ ନୂତନ ଅଧ୍ୟାୟ
ତା ଵିନା ଏ ସଂସାର ଅପୂର୍ଣ୍ଣ
ନାରୀ ରୂପେ ସେ ଦେଵୀ ସାଜି
ସଵୁଠି ହୁଏ ପରିଚିତ ।
