STORYMIRROR

Gajendra Kumar sethy

Abstract

3  

Gajendra Kumar sethy

Abstract

ପାଦ

ପାଦ

1 min
234

ତୋ ପାଦ ପଙ୍କଜ ସାହାରା ମୋରରେ

ତୋ ବିନା କିଛି ନାହିଁ

ଚରଣ ତଳେ ମୁଁ ଶରଣ ପସିଛିି

ଆହେ ପ୍ରଭୁ ଭାବଗ୍ରାହୀ ।

ଯେଉଁ ପାଦ ଦିନେ ଶବରୀ ଧରିଲା

ଥିଲେ ପ୍ରଭୁ ରାମଚନ୍ଦ୍ର

ଭକତ ସୁଦାମା ଗୋବିନ୍ଦଙ୍କ ପାଦେ

ପାଉତ ଥିଲା ଆନନ୍ଦ।

ପାଦ ପାଶେ ବସି ସଖା ସେ ଅର୍ଜୁନ

ପାଇଥିଲା ସଖା ତାର

ମାନୀ ଦୁର୍ଯ୍ୟୋଧନ ମସ୍ତକ ଚାହିଁଲା

ହୋଇ ଥିଲା ଛାରଖାର।

ସେହି ପାଦରେ ମୋ କୋଟିଏ ପ୍ରଣାମ

ଘେନ ଆହେ ଜଗନ୍ନାଥ

ପାପ ପୁଣ୍ୟ ମୋର ସବୁ ସେହି ପାଦେ

ବର୍ତ୍ତମାନ ଭବିଷ୍ୟତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract