STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ମାଟି ଘର

ମାଟି ଘର

1 min
176

ଏ ଶରୀର ମାଟି ଘର

ମାଟିରେ ଗଢା ପିତୁଳା

ପୁଣି ଦିନେ ମିଶି ଯିବ  

ସେହି ମାଟିରେ ।


ଯେମିତି ଯେତେ ଯତନରେ 

ମାଟିଘର ଅଗଣାକୁ

ସଫା କରି ସଜେଇ ରଖିଲେ

ଅଚାନକ ବର୍ଷା, ଝଡ, ବାତ୍ୟା  

ଆସି ପ୍ରଳୟ ସୃଷ୍ଟି କରି

ଧ୍ଵଂସ ର ଲୀଳା ରଚାଇ 

ଘରଟାକୁ ଭାଙ୍ଗି ଦେଇ

କ୍ଷଣିକରେ ମାଟିରେ ମିଶାଇ

ଚିହ୍ନ ଖାଲି ଛାଡିଯାଏ

ବିକଳରେ ଘରଟାକୁ ଝୁରି ହେବା ପାଇଁ।


ସେମିତି ମଣିଷ ସୁନେଲି ଭବିଷ୍ୟତ  

ସ୍ଵପ୍ନରେ ଭାସୁଥିବା ବେଳେ

ଇଚ୍ଛାର ଲୋଟଣୀ ପାରା

ମନ ଆକାଶରେ ଫର ଫର

ହୋଇ ଉଡୁଥିବା ବେଳେ

ଡେଣା କାଟି ଦେଇ ସମୟ

ତାକୁ ଲହୁ ଲୁହାଣ କରେ ।

ଅଚାନକ ରୋଗ, ଶୋକ ଦୁଃଖ ଆସି

ମଣିଷର ସବୁ ଆଶା ଓ ଭରସାକୁ

ଧୂଳିସାତ କରି,  ମାଟିଘର ପରି

ତାକୁ କରିଦିଏ ପଙ୍ଗୁ, ନିଶ୍ୱ, ବେସାହାରା

ବିଚାରା.. ବଞ୍ଚିବାକୁ ଚାହିଁ ମଧ୍ୟ ସେ

ମାଟି ଘର ପରି ମିଶି ଯାଏ 

ପୁଣି ମାଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract