ପରିବର୍ତ୍ତନର ପଦଧ୍ବନୀ
ପରିବର୍ତ୍ତନର ପଦଧ୍ବନୀ
ପରିବର୍ତ୍ତନର ପଦଧ୍ବନୀ ଆଜି
ଗୁଞ୍ଜି ଉଠିଲାଣି ସାରା ବିଶ୍ବରେ,
ପ୍ରଗତି ସହିତ ପାଦକୁ ମିଳାଇ
ଦୁନିଆ ବଦଳେ ଦ୍ରୁତ ଗତିରେ ।
ପରିବର୍ତ୍ତନର ଦୁନିଆରେ ଏବେ
ଚାଲିଛି ବଜାର ପ୍ରତିଯୋଗିତା,
ଉତ୍ତମ ମାନ ଓ ଗୁଣବତ୍ତା ସତ୍ବେ
ଉତ୍ପାଦର ଘଟେ ଆବଶ୍ଯକତା ।
ପ୍ରାଧାନ୍ଯ ବିସ୍ତାର କରିଥିଲା ଦିନେ
କୋଡାକ୍ କମ୍ପାନୀ ଫଟୋ ବେପାର,
କିଛି ବର୍ଷ ମଧ୍ଯେ ଦେବାଳିଆ କଲା
ଡିଜିଟାଲ ଫଟୋଗ୍ରାଫି ବଜାର ।
ଦିନ ଥିଲା ଯେବେ ସମଗ୍ର ବିଶ୍ବରେ
ପିସିଓ ବୁଥର ଚାହିଦା ଥିଲା,
ମୋବାଇଲ ଫୋନ୍ ପ୍ରଚଳନ ପରେ
ବୁଥର ଅକାଳ ଅନ୍ତ ଘଟିଲା ।
ଏଚ୍ଏମଟିର ଘଡି ବଜାଜ୍ ସ୍କୁଟର
ମର୍ଫି ରେଡିଓ ବା କୋଣାର୍କ ଟିଭି,
ଏମିତି ଅନେକ ଉନ୍ନତ ଶିଳ୍ପର
ବଜାରେ ଅସ୍ତିତ୍ବ ଯାଇଛି ଲିଭି ।
ଧାରଣା ମିଳୁଛି ଦଶବର୍ଷ ମଧ୍ଯେ
ଆସିବ ଚତୁର୍ଥ ଶିଳ୍ପ ବିପ୍ଳବ,
ଆଜିର ବିଶ୍ବର ଅଶି ଭାଗ ଶିଳ୍ପ
ଲାଗୁଛି ସତେକି ଉଭେଇ ଯିବ ।
ଆପ୍ଲିକେସନ୍ ବା ପ୍ରୟୋଗ ଯୁଗରେ
ଭରସାଯୋଗ୍ୟ ହେବ କମ୍ପ୍ୟୁଟର,
ବିଲୁପ୍ତ ହୋଇବ ଭୌତିକ ଅସ୍ତିତ୍ବ
ସବୁ ସେବା ହେବ ଅତି ସରଳ ।
ରୋଗର ହୋଇବ ସଫଳ ନିର୍ଣ୍ଣୟ
ପାଠପଢା ହେବ ବିଶ୍ବ ସ୍ତରୀୟ,
ହାଇବ୍ରିଡ୍ ଗାଡି ରାସ୍ତାରେ ଗଡିବ
ଉତ୍ତମ ଆଇନ୍ ହେବ ସହାୟ ।
ଡେରି ନାହିଁ ଯେବେ ବାହାନ ଚାଲିବ
ବିନା ଡ୍ରାଇଭର ବନା ତେଲରେ,
ନା ଥିବ ଟ୍ରାଫିକ୍ ନ ରହିବ ପାର୍କିଂ
ଦୁର୍ଘଟଣା ଦେଖିବନି ଆଖିରେ ।
ଅନଲାଇନ ବୁକିଂ ପର୍ଚେଜ୍ ରିଚାର୍ଜ
କରୋବାର କରେ ଅତି ସୁଗମ,
ପେମେଣ୍ଟସ୍ ଆପ୍ ରେ ଅର୍ଥ ନେଣଦେଣ
ଡିଜିଟାଲ୍ କରେନ୍ସି ପ୍ରଚଳନ ।
କମ୍ପ୍ୟୁଟର ଆଉ ଇଣ୍ଟରନେଟର
ଜ୍ଞାନରେ ହେଉଛି ଯୁଗ ସମୃଦ୍ଧ
ପଦଧ୍ୱନି ସହ ତାଳ ଦେଇ ଚାଲ
ମିଳିବ ପରିବର୍ତ୍ତନର ସ୍ବାଦ ।
