STORYMIRROR

Mishra Sudhansu Sekhar

Abstract

3  

Mishra Sudhansu Sekhar

Abstract

ଭାଇ ହାତରେ ରାକ୍ଷୀ

ଭାଇ ହାତରେ ରାକ୍ଷୀ

1 min
128

ମସ୍ତକରେ ଦେଲା ଅରୁଆ ଚାଉଳ

କାନରେ ଖୋସିଲା ଫୁଲ, 

କପାଳେ ହଳଦୀ ଚନ୍ଦନର ଟିକା, 

ହାତେ ଧରି ପୂଜା ଥାଳ ।


ଠାକୁରଙ୍କୁ ଅଳି କରୁଛି ଭଉଣୀ

ରାକ୍ଷୀ ବାନ୍ଧି ଭାଇ ହାତେ, 

ଆପଦେ ବିପଦେ ସୁଖରେ ଦୁଃଖରେ

ସାହା ହେଉଥାନ୍ତୁ ତୋତେ ।


ତୋ ଦୀର୍ଘ ଜୀବନ କାମନା କରୁଛି 

ଭବିଷ୍ଯ ହେଉ ଉଜ୍ଜ୍ବଳ, 

ସଂପର୍କ ଛନ୍ଦରେ ବାନ୍ଧିଛି ମୁଁ ତୋର

ହାତରେ ରେଶମୀ ଡୋର ।


ସ୍ନେହର ଡୋରରେ ଗୁନ୍ଥିଛି ତୋ ପାଇଁ

ମମତା ଫୁଲର ମାଳି, 

ଉନ୍ନତି ପ୍ରଗତି ମାଳିରେ ଦେଇଛି

ଭରସା ବିଶ୍ବାସ ଭରି ।


ପରମ୍ପରା ଇଏ ପ୍ରେମ ଆଦରର

ପବିତ୍ର ରକ୍ଷା ବନ୍ଧନ, 

ଇତିହାସ ଆଉ ପୁରାଣ ଶାସ୍ତ୍ରରେ

ହୋଇଛି ଯାର ବର୍ଣ୍ଣନ ।


ସେହ୍ନଭାବ ଆଉ ଆନ୍ତରିକତାର

ସାକ୍ଷୀ ଏ ମହାନ୍ ପ୍ରଥା, 

ଭାଇ କଥା ଦିଏ ରଖିବି ନିଶ୍ଚୟ

ଭଉଣୀ ରାକ୍ଷୀ ମାନ୍ଯତା ।


ସରାଗେ ଭଉଣୀ ରାଣ ଦେଇ କହେ

ମୋତେ କେବେ ଭୁଲିବୁନି, 

ତୁ ମୋର ସଙ୍ଗୀତ ମୁଁ ପରା ତୋ ସ୍ବର

ସଂପର୍କ ଆମ ରାଗିଣୀ ।


ଉପହାର କିଛି ଲୋଡା ନାହିଁ ମୋର

ସଂପର୍କ ଅତୁଟ ରହୁ, 

ଯୁଗ ଯୁଗ ଧରି ରାକ୍ଷୀର ଚମକ

ତୋ ହାତରେ ଶୋଭା ପାଉ ।

      


Rate this content
Log in

Similar oriya poem from Abstract