STORYMIRROR

Mishra Sudhansu Sekhar

Inspirational

4  

Mishra Sudhansu Sekhar

Inspirational

ଦେବଶିଳ୍ପୀ ବିଶ୍ବକର୍ମା

ଦେବଶିଳ୍ପୀ ବିଶ୍ବକର୍ମା

1 min
226


ଦେବଶିଳ୍ପୀ ବିଶ୍ୱକର୍ମା ଭଗବାନ

ଚରାଚର ବିଶ୍ବର ସୃଷ୍ଟିକର୍ତ୍ତା, 

କନ୍ଯା ସଂକ୍ରାନ୍ତିରେ ମର୍ତ୍ତ୍ଯେ ଆବିର୍ଭୂତ

ଶିଳ୍ପ-ଶିଳ୍ପୀଙ୍କ ସେ କୁଳଦେବତା ।୧। 


ପ୍ରଜାପିତା ବ୍ରହ୍ମା ନାଭି କମଳରୁ

ଜାତ ଚତୁର୍ଭୁଜ ଶ୍ରୀବିଶ୍ୱକର୍ମା, 

ତାଙ୍କ ପୂଜାର୍ଚ୍ଚନା କରୁଛି ସଂସାର 

ବ୍ରହ୍ମାଙ୍କ ରୂପରେ କରି କଳ୍ପନା ।୨।


ରୂପ ଓ ଜ୍ଞାନରେ ସମୃଦ୍ଧ ହେଲେ ବି

କିଶୋର ରୂପକଳ୍ପ ପ୍ରତିଭାତ,

କାମଦେବ ପରି ଅତ୍ଯନ୍ତ ସୁନ୍ଦର

ତେଜସ୍ବୀ ଜ୍ଯୋତିର୍ମୟ କାନ୍ତିମନ୍ତ ।୩।


ଚତୁର୍ଭୁଜଧାରୀ ପ୍ରଭୁ ବିଶ୍ୱକର୍ମା

ବଟାଳି ମାର୍ତ୍ତୁଲି ବାମ ହସ୍ତେରେ

ଦକ୍ଷିଣ ଉପର ହସ୍ତେ ଧରି ଚକ୍ର

ତଳ ହସ୍ତ ଆଶୀର୍ବାଦ ମୁଦ୍ରାରେ ।୪। 


ସୁଶୋଭିତ ଦିବ୍ୟ ବସ୍ତ୍ର ପରିହିତ

ଲମ୍ବିଛି ଗଳାରେ ରତନହାର, 

ବିଭୂଷିତ ପ୍ରଭୁ ରତ୍ନଅଳଙ୍କାରେ 

କର୍ଣ୍ଣେ ଝୁଲଇ ମକର କୁଣ୍ଡଳ ।୫।  


ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣିତ 

ବିଶ୍ବକର୍ମାଙ୍କ ବିବାହ କାହାଣୀ, 

ବ୍ରହ୍ମାଙ୍କ ଆଦେଶେ ପ୍ରୟାଗ ତୀର୍ଥରେ

ଘୃତାଚୀଙ୍କୁ କଲେ ପ୍ରାଣ ସଙ୍ଗିନୀ ।୬। 


ସ୍ବର୍ଗ ବେଶ୍ଯା ସୁନ୍ଦରୀ କନ୍ଯା ଘୃତାଚୀ

ସପ୍ରେମେ ପ୍ରୟାଗେ କରିଲେ ବାସ, 

ଗଙ୍ଗାତୀରସ୍ଥିତ ମଳୟ ବନରେ

ଏକାଠି ରହିଲେ ବାର ବରଷ ।୭। 


ଜନ୍ମ ଦେଇଥିଲେ ନଅଟି ସନ୍ତାନ

ମାଳାକାର, କର୍ମକାର, କଂସାରି, 

କୁମ୍ଭକାର, କୁନ୍ଦବିକ, ସୂତ୍ରଧର

ସ୍ୱର୍ଣ୍ଣକାର, ଚିତ୍ରକର, ଶଙ୍ଖାରି ।୮। 


ପୁତ୍ରଙ୍କୁ ନାନା ଶିଳ୍ପ ବିଦ୍ଯା ଶିକ୍ଷାରେ

ପିତା ବିଶ୍ବକର୍ମା କଲେ ନିପୁଣ, 

କନ୍ୟା ଚିତ୍ରାଙ୍ଗଦା ପିତାଙ୍କ ପାଖରୁ 

ସିଲାଇ ଶିକ୍ଷା ବି କଲେ ଗ୍ରହଣ ।୯। 


ଗଢା ତୁମ ହାତେ ଶ୍ରୀଦାରୁବିଗ୍ରହ, 

ସ୍କନ୍ଧପୁରାଣରେ ରହିଛି ଲେଖା, 

ରାମାୟଣ କହେ ଗଢିଥିଲ ତୁମେ

ରାବଣର ସେଇ ସୁବର୍ଣ୍ଣ ଲଙ୍କା ।୧୦। 


ଦ୍ୱାରିକାନଗରୀ ତୁମ ସଂରଚନା

ବର୍ଣ୍ଣନା ରହିଛି ହରିବଂଶରେ,

ଜ୍ଞାନ କୌଶଳରେ ନୂଆ ଉଦ୍ଭାବନ

ସମ୍ଭବ କେବଳ ତୁମ କୃପାରେ ।୧୧। 


ବୁଢା ବଢେଇର ସ୍ବରୂପରେ ଆସି

ନିଜର ମୂର୍ତ୍ତିକୁ ନିଜେ ଗଢ଼ିଛ, 

ସେ ରୂପେ ଉତ୍କଳେ ଯୁଗଯୁଗ ଧରି

ପ୍ରଭୁ ବିଶ୍ବକର୍ମା ପୂଜା ପାଉଛ ।୧୨। 




Rate this content
Log in

Similar oriya poem from Inspirational