Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Sudhansu Sekhar

Abstract

4  

Mishra Sudhansu Sekhar

Abstract

ଭାରତରେ ଜି-ଟ୍ବେଣ୍ଟି

ଭାରତରେ ଜି-ଟ୍ବେଣ୍ଟି

1 min
228



ବଧୂ ରୂପେ ଆଜି ସଜେଇ ହୋଇଛି 

ଆମ ରାଜଧାନୀ ଦିଲ୍ଲୀ, 

ଆଖି ଝଲସାଏ ଅଦ୍ଭୁତ ପ୍ରସ୍ତୁତି

ଆଚମ୍ବିତ କଲା ଭଳି ।


ତେଇଶି ମସିହା ସେପ୍ଟେମ୍ବର ମାସ

ନଅ ଓ ଦଶ ତାରିଖ, 

ଭାରତ କରୁଛି ଭବ୍ୟ ଆୟୋଜନ

ଜି-ଟ୍ବେଣ୍ଟି ଶୀର୍ଷ ବୈଠକ ।


ଦିଲ୍ଲୀ ଆସିଛନ୍ତି ସମଗ୍ର ବିଶ୍ବର 

ବହୁ ତୁଙ୍ଗ ରାଷ୍ଟ୍ର ମୁଖ୍ୟ, 

ତନ୍ମଧ୍ଯରେ ଆମେରିକା ରାଷ୍ଟ୍ରପତି

ଜୋ ବାଇଡେନ୍ ପ୍ରମୁଖ ।


ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଓ ପୁଟିନ୍

ସଭାରେ ଅନୁପସ୍ଥିତ, 

ପ୍ରତିନିଧି ତାଙ୍କ ଆସିଛନ୍ତି ଦିଲ୍ଲୀ

କରିବେ ପ୍ରତିନିଧିତ୍ବ ।


ଜଳ ସ୍ଥଳ ତଥା ଆକାଶ ମାର୍ଗରୁ

ରହିଛି ତୀକ୍ଷ୍ମ ନଜର, 

କଡ଼ା ନିରାପତ୍ତା ସୁରକ୍ଷା ଘେରାରେ

ସମଗ୍ର ଦିଲ୍ଲୀ ସହର ।


ବୈଠକ ଚାଲିଛି ପ୍ରଗତି ମୈଦାନ 

ଭାରତ ମଣ୍ଡପରେ, 

ବିଶ୍ବମଞ୍ଚ ଆଜି ବିଶ୍ବ ନେତାଙ୍କର

ଅଭ୍ଯର୍ଥନା ଅପେକ୍ଷାରେ ।


ଭାରତ ପ୍ରଧାନମନ୍ତ୍ରୀ କରୁଛନ୍ତି

ବୈଠକରେ ଅଧ୍ୟକ୍ଷତା, 

"ବସୁଧୈବ କୁଟୁମ୍ବକମ୍" ନୀତିର

ବଢାଇ ପ୍ରାସଙ୍ଗିକତା ।


ବିଶ୍ବ ଅର୍ଥନୀତି ଜଳବାୟୁ ଶିକ୍ଷା

ମୁଖ୍ଯ ପ୍ରସଙ୍ଗକୁ ନେଇ, 

ବିଶ୍ବ ମହାମଞ୍ଚେ ବିଚାର ବିମର୍ଷ

ଚାଲେ ଦୁଇ ଦିନ ପାଇଁ ।


ଝଲସୁଛି ଦେଶ ଐତିହ୍ୟ ସଂସ୍କୃତି

ଝଲସୁଛି ପରମ୍ପରା, 

ବିଦେଶୀ ଅତିଥି ସ୍ତମ୍ଭୀଭୂତ ଦେଖି

ଦେଶର ଜୀବନ ଧାରା ।


ସୁବର୍ଣ୍ଣ ରୌପ୍ୟ ଆଚ୍ଛାଦିତ ଥାଳିରେ

ଦେଶୀ ଶୈଳୀରେ ଭୋଜନ, 

ଅତିଥିଙ୍କ ପାଇଁ ମିଲେଟ୍ ଖାଦ୍ୟର

ହୋଇଛି ବି ଆୟୋଜନ ।


ଭାରତର ଏହା ସଫଳ ପ୍ରୟାସ

ଜି-ଟ୍ବେଣ୍ଟି ଆୟୋଜନ, 

ଆଉ ପାଦେ ଆଗେ ବଢିଛି ଭାରତ

ଚକିତ ବିଶ୍ବଭୁବନ ।



Rate this content
Log in

Similar oriya poem from Abstract